• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି PM CARES for Children ଯୋଜନା ଅଧୀନରେ ଉପଲବ୍ଧ ସୁବିଧା ଗୁଡ଼ିକ ଘୋଷଣା କରିଛନ୍ତି । COVID-19 ମହାମାରୀ ସମୟରେ ବାପାମା’ଙ୍କୁ ହରାଇଥିବା ପିଲାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି । ଏଥିପାଇଁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଜାରି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଏମ PM CARES for Children ମାଧ୍ୟମରେ ବୃତ୍ତିଗତ ପାଠ୍ୟକ୍ରମ ଏବଂ ଉଚ୍ଚଶିକ୍ଷା ପାଇଁ ଋଣ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

କରୋନା ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ପିଲାମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ସେମାନଙ୍କ ଦୁଃଖ ଲାଘବ କରିବା କଷ୍ଟକର । ବାପାମା’ଙ୍କ ସ୍ଥାନ କେହି ନେଇପାରିବେ ନାହିଁ । ହେଲେ ପିଏମ PM CARES for Children ଯୋଜନା ପିଲାମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ କରିଛି ।' ତେବେ କୌଣସି ପିଲାଙ୍କୁ ଚିକିତ୍ସା ପାଇଁ ଯେପରି ହଇରାଣ ହେବାକୁ ନପଡ଼େ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି । PM CARES for Children ମାଧ୍ୟମରେ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଦିଆଯାଉଛି, ଏଥିରେ ମାଗଣା ଚିକିତ୍ସା ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଏହା ବ୍ୟତୀତ ସେହି ଛାତ୍ରଚାତ୍ରୀଙ୍କୁ ଷ୍ଟାଇପେଣ୍ଡ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବେ । ଉଚ୍ଚଶିକ୍ଷା ପାଇଁ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଯଦି କେହି ଶିକ୍ଷା ଋଣ ଆବଶ୍ୟକ କରନ୍ତି, ତେବେ PM CARES ମଧ୍ୟ ଏଥିରେ ସାହାଯ୍ୟ କରିବେ । ଅନ୍ୟାନ୍ୟ ଆବଶ୍ୟକତା ପାଇଁ, ପ୍ରତି ମାସରେ ୪ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ସାକର ।

ବାପାମା’ଙ୍କୁ ହରାଇଥିବା ପିଲାମାନେ ପାଠପଢ଼ା ସମାପ୍ତ କରିବା ପରେ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାକୁ ଅଧିକ ଅର୍ଥ ଆବଶ୍ୟକ ହେବ। ଏଥିପାଇଁ ୧୮-୨୩ ବର୍ଷର ଯୁବକମାନେ ପ୍ରତି ମାସରେ ଷ୍ଟାଇପେଣ୍ଡ ପାଇବେ ଏବଂ ତାଙ୍କୁ ଯେତେବେଳେ ୨୩ ବର୍ଷ ହେବ ସେତେବେଳେ ଏକାବେଳେ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ପିଲାମାନଙ୍କର ରହିବା ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା କରିବା, ସେମାନଙ୍କୁ ଶିକ୍ଷା ଏବଂ ଛାତ୍ରବୃତ୍ତି ମାଧ୍ୟମରେ ସଶକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।