Advertisment

ସପ୍ତାହର ପ୍ରଥମ ଦିନରେ ବଢ଼ିଲା ସୁନା ଦର

ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍‌ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
Gold And Silver Prices Rise Again

Gold And Silver Prices Rise Again

ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍‌ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସକାଳ ୧୧ଟାରେ Multi Commodity Exchange(MCX)ରେ ସୁନା ୧୨୨ ଟଙ୍କା ବୃଦ୍ଧିରେ କାରବାର ଚାଲିଥିଲା। MCXରେ ସୁନା ୧୨୨ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୧,୦୩୫ ଟଙ୍କାରେ କାରବାର ଚାଲିଛି। ସେହିପରି ରୂପା ୩୪୪ ଟଙ୍କା ବଢ଼ି ପ୍ରତି କିଲୋକୁ ୬୨,୪୬୦ ଟଙ୍କାରେ କାରବାର ଚାଲିଛି। 

Advertisment

ସର୍ରାଫା ବଜାରରେ ମଧ୍ୟ ସୁନା ଓ ରୂପା ଦର ବୃଦ୍ଧି ହୋଇଛି। ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ  ୫୧,୨୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍‌ ସୁନା ୪୬,୯୦୦ ଟଙ୍କା ରହିଛି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୫୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୦୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
Advertisment
Advertisment