• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

song
ସାରା ବିଶ୍ୱରେ ଚର୍ଚ୍ଚିତ ହେଲାଣି କାଚା ବାଦାମ ଗୀତ, ହେଲେ ଗୀତିକାର ଭୁବନଙ୍କୁ ମିଳୁନି ଟଙ୍କା ଟିଏ

ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟ୍ୟୁନ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...

hijab
ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧିବାକୁ ଜିଦ୍ ଧରି ପାରିବେନି ପିଲା ! ହିଜାବ ବ୍ୟାନ୍ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।

madhya-pradesh
ମହାମାରୀ ସମୟର ମହାଦେବୀ ! ଏକ ବର୍ଷ ବିନା ଛୁଟିରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇଛନ୍ତି ଏଏନ୍‌ଏମ୍‌

ମାୟାଙ୍କ ପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ଶତ ପ୍ରଣାମ । ବିନା ଛୁଟିରେ ସେ ଏକ ବର୍ଷ ପାଇଁ କାମ କରିଛନ୍ତି ।

gold rate today
ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୫୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୬୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୫୬୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

money
କୃଷକଙ୍କ ଜନଧନ ଖାତାରେ ଜମା ହେଲା ୧୫ ଲକ୍ଷ ଟଙ୍କା, ଘର କଲା ପରେ ଟଙ୍କା ଫେରାଇବାକୁ କହୁଛି ବ୍ୟାଙ୍କ୍

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଓଟେ । ବ୍ୟାଙ୍କ୍ ଅଫ୍ ବରୋଦାରେ ତାଙ୍କର ଜନଧନ ଖାତା ରହିଛି । ୨୦୨୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଜନଧନ ଆକାଉଣ୍ଟ କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ

UP Groom Casts Vote Ahead Of His Wedding, Says ‘Pehle Matdaan, Uske Baad Sab Kaam'
ବାହାଘର ଛାଡ଼ି ବର ବେଶରେ ଭୋଟ ଦେଲେ ଯୁବକ

ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।

khali
ବିଜେପିରେ ଯୋଗଦେଲେ ବିଖ୍ୟାତ ରେସଲର୍ ଖଲି

ପଦ୍ମ ଧରିଲେ ରେସଲର୍‌ ଦି ଗ୍ରେଟ୍‌ ଖଲି ।

Reserve Bank Of India
ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା RBI

ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି। 

unemployment
ଜୀବନ ନେଉଛି ଋଣବୋଝ ଓ ବେକାରୀ ସମସ୍ୟା ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

୨୦୧୮-୨୦୨୦ ମଧ୍ୟରେ ଋଣବୋଝ ଓ ବେକାରୀ ସମସ୍ୟା ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

UP Election 2022
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।

PM Modi Interview
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘତମ ସାକ୍ଷାତକାର: କହିଲେ ‘ଲୋକେ ଆମ କାମକୁ ଦେଖି ଆମକୁ ଭୋଟ୍ ଦେଉଛନ୍ତି’

ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଖତମ୍ ହେବା ସହ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।

Hijab Controversy
ତେଜୁଛି ହିଜାବ୍ ବିବାଦ; ଦୁଇ ସପ୍ତାହ ଯାଏଁ ସ୍କୁଲ ଓ କଲେଜ ଚାରିପଟେ ୧୪୪ ଧାରା ଲାଗୁ

କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।

10 Year Old Murder In Kanpur
ନୃଶଂସ ଭାବେ ୧୦ ବର୍ଷର ଶିଶୁକୁ ହତ୍ୟା; ସିଗାରେଟ୍‌ରେ ମୁହଁ ଜାଳିଦେଲେ, ଆଖି ତାଡ଼ି ନେଇଗଲେ...

ନଗ୍ନ ଶରୀର, ସିଗାରେଟ୍‌ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Kerala Youth Trapped On Hill For 2 Days
୨ ଦିନ ପାହାଡ଼ ଖୋଲରେ ଫସି ରହିଥିଲେ ଯୁବକ; ତଥାପି ବଞ୍ଚିବାର ଆଶା ଛାଡ଼ି ନଥିଲେ, ଶେଷରେ ହେଲା ଚମତ୍କାର...

୪୮ ଘଣ୍ଟା ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲେ ଯୁବକ। ଦୁଇ ଦିନ ଧରି ପାହାଡ଼ ଖୋଲରେ ଫସି ରହିଥିବା ଜଣେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Student Protest
ହିଜାବ୍ ପିନ୍ଧିବାକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି।

Prime Minister Narendra Modi
‘କଂଗ୍ରେସ ନଥିଲେ ପରିବାରମୁକ୍ତ ହୋଇଥାଆନ୍ତା ଗଣତନ୍ତ୍ର’

କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।

uttarakhand
ଟୋଲ୍ ମାଗିବାରୁ ବୁଲିଲା ଖଣ୍ଡା ! କାର ଚାଳକଙ୍କ ଆତଙ୍କରାଜ, ଦୁଇ ଟୋଲ କର୍ମଚାରୀ ଆହତ

ଟୋଲ୍‌ ମାଗିବାରୁ ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି ।

modi targets Congress
ହାରିଲା ପରେବି ଅହଙ୍କାର ଛାଡିପାରିନି କଂଗ୍ରେସ: ମୋଦି

ଓଡ଼ିଶା, ନାଗାଲାଣ୍ଡ ଓ ଗୋଆର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି

Ram Rahim was given a 3-week leave
ଗୁର୍‌ମିତ ରାମ ରହିମକୁ ମିଳିଲା ୩ ସପ୍ତାହର ଛୁଟି, ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବ

ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମକୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ଜେଲରୁ ବାହାରକୁ ଆସୁଛି। ଗୁର୍‌ମିତ ରାମ ରହିମ୍‌ ତାର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ରହୁଛି ।

gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୦୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Car Catches Fire
ବଞ୍ଚାଅ ବଞ୍ଚାଅ...କହି ଗାଡ଼ି ଭିତରେ ଆକୁଳ ଚିତ୍କାର କରୁଥିଲେ, ହେଲେ ଭୟଭୀତ ହୋଇ ପାଖ ମାଡ଼ିଲେନି କେହି

ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍‌। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍‌ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।

Cremation
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଲତାଙ୍କ ଶେଷକୃତ୍ୟ: ତିନି ସେନାଙ୍କ ପକ୍ଷରୁ ମିଳିଲା ଗାର୍ଡ ଅଫ୍ ଅନର୍

ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ।

Lata Mangeshkar passes away
ଶେଷ ଇଚ୍ଛା ଥିଲା ଜଗନ୍ନାଥଙ୍କ ପାଇଁ ଗାଇବେ ଗୀତ, ହେଲେ...

ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ଯେତେବେଳେ ଲତାଙ୍କୁ ଏହି ଗୀତ ଗାଇବାକୁ କୁହାଯାଇଥିଲା, ଲତା ପ୍ରଥମେ ସେହି ଗୀତର ଭାବ ଜାଣିବାକୁ ଚାହିଁଥିଲେ

Lata Mangeshkar
ସ୍ୱରସ୍ୱତୀଙ୍କ ଆଶୀର୍ବାଦ ପାଇଥିଲେ, ଆଜି ଆଖି ବୁଜିଲେ

ଦୀର୍ଘ ୭ ଦଶନ୍ଧିର ନିରବଚ୍ଛିନ୍ନ ସଙ୍ଗୀତ ସାଧନାରେ ପୂର୍ଣ୍ଣଛେଦ। ସ୍ୱର ଜଗତରୁ ସବୁଦିନ ପାଇଁ ନିରବି ଗଲେ ମହାଦୃମ ଲତା ମଙ୍ଗେସକର। ଭାରତୀୟ ସଙ୍ଗୀତ ଜଗତ ପାଇଁ ବିଶାଳ, ଅମାପ ଓ ଅପୂରଣୀୟ କ୍ଷତ ସୃଷ୍ଟି କରି ଚିର ନିଦ୍ରାରେ ଶୋଇଯାଇଥିବା ସୁର ସାମ୍ରାଜ୍ଞିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।