Advertisment

ବସ୍‌ରେ ହେଲା ଶ୍ରେଣୀଗୃହ; ମିଳିବ ଟିଭି, ଏୟାର କଣ୍ଡିସନର ଭଳି ସୁବିଧା

ବସ୍‌କୁ ପରିବର୍ତ୍ତନ କରାଯାଇ ଶ୍ରେଣୀଗୃହ କରାଯାଇଛି। ପିଲାମାନେ ପାଠ ପଢିବା ସହିତ ମନୋରଂଜନ ମଧ୍ୟ କରିବେ। ଏଥାରେ ଅଛି ଏୟାର କଣ୍ଡିସନ ଓ ଟିଭି ଦେଖିବାର ସୁବିଧା। ଲାଇବ୍ରେରୀ ସହିତ ଥିଏଟରର ସୁବିଧା ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
Bus now a classroom for children in kerala

Bus now a classroom for children in kerala

ଏକ ରନ୍ ଡାଉନ୍ ବସ୍ ବର୍ତ୍ତମାନ ଦୁଇ ସ୍ତରୀୟ ଶ୍ରେଣୀଗୃହରେ ପରିବର୍ତ୍ତନ ହୋଇଛି। ଏଥିରେ ଏୟାର କଣ୍ଡିସନର ଭଳି ସୁବିଧା ସହିତ ପାଠ ପଢିବାର ଅନ୍ୟାନ୍ୟ ଆଧୁନିକ ସୁବିଧା ଓ ପିଲାମାନଙ୍କ ପାଇଁ ମନୋରଞ୍ଜନର ସୁବିଧା ମଧ୍ୟ ରହିଛି।

Advertisment

କେରଲର ନିମ୍ନ ପ୍ରାଥମିକ ବିଦ୍ୟାଳୟର ୧,୬୦୦ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରୁ ଏକ ନୂଆ ଧରଣର ଶ୍ରେଣୀଗୃହ ପାଇଛନ୍ତି। କେରଳ ରାଜ୍ୟ ସଡକ ପରିବହନ ନିଗମର(କେଏସ୍‌ଆର୍‌ଟିସି) ଏନଚାକଲ୍ ଡିପୋରୁ ଏକ ଲୋ-ଫ୍ଲୋର୍ ବିଶିଷ୍ଟ ବସ୍‌କୁ ଟିଭି ଏବଂ ଏୟାର କଣ୍ଡିସନର ସହିତ ଏକ ବିଦ୍ୟାଳୟର ଶ୍ରେଣୀଗୃହରେ ପରିଣତ କରାଯାଇଛି। ସ୍କୁଲର ଅନୁରୋଧ କ୍ରମେ ବସ୍‌ଟିକୁ ଶ୍ରେଣୀ ଗୃହରେ ପରିବର୍ତ୍ତନ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ହସ୍ତାନ୍ତର କରାଯାଇଥିଲା।

ଏହି ଶ୍ରେଣୀଗୃହକୁ ବିଭିନ୍ନ ପ୍ରକାରଚ୍ ଚିତ୍ରରେ ସଜ୍ଜା ଯାଇଥିବା ବେଳେ ରଙ୍ଗୀନ ଆସବାବପତ୍ର, ବସିବା, ପଢିବା ଓ ଶୋଇବାର ସୁବିଧା ସହିତ ବହି ରଖିବା ପାଇଁ ଆଲମିରା, 'ଖେଳ ମାଧ୍ୟମରେ ଶିଖିବା' ଆଦି ରହିଛି। ବସ୍ ବାହାରେ ଥିବା ଏକ ବଗିଚା ପିଲାମାନଙ୍କୁ ସମ୍ପୂର୍ଣ୍ଣ ବିଦ୍ୟାଳୟର ଅନୁଭବ ଆଣିଦିଏ।

Advertisment

ଏହା ହେଉଛି ରାଜ୍ୟର ପ୍ରଥମ କେଏସ୍‌ଆର୍‌ଟିସି ଲୋ-ଫ୍ଲୋର୍ ବସ୍ ଶ୍ରେଣୀଗୃହ। 'କ୍ଲାସ୍‌ରୁମ୍ ଅନ୍ ହ୍ୱିଲ୍' ରେ ଏକ ଡବଲ୍ ଡେକର୍ ବସ୍ ଭଳି ଏକ ଟପ୍ ଡେକ୍ ରହିଛି। ଆଉ ଏକ କେଏସ୍‌ଆର୍‌ଟିସି ଲୋ-ଫ୍ଲୋର୍ ବସ୍‌କୁ ଶ୍ରେଣୀଗୃହରେ ପରିଣତ କରିବାର କାମ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଜିଜ୍ଞାସାକୁ ଫଳବତି କରିବା ପାଇଁ ବିଦ୍ୟାଳୟ ଦ୍ୱିତୀୟ ବସର ଉପର ଡେକ୍‌ରେ ଏକ ଲାଇବ୍ରେରୀ କରିବାର ଯୋଜନା କରିଛି। ଆଉ ଏକ ବସ୍‌ରେ ମଧ୍ୟ ଥିଏଟର କରିବାର ଯୋଜନା ରହିଛି।

ଏହି ବସ୍‌କୁ ଶ୍ରେଣୀଗୃହରେ ପରିବର୍ତ୍ତନ କରିବା ନେଇ ସଂସ୍ଥାକୁ ମାତ୍ର ୨.୫ ଲକ୍ଷ ଟଙ୍କା ମିଳୁଛି। ସମାଜ ପାଇଁ କିଛି କରିବାର ଲକ୍ଷରେ ସଂସ୍ଥା ଏଭଳି କରୁଥିବା କହିଛି। ତେବେ ପିଲାମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି କରାଯାଛି ଯାହା ପିଲାମାନଙ୍କ ପ୍ରାଥମିକ ଶିକ୍ଷାକୁ ମଜାଳିଆ କରିଦେବ। ତେବେ 'ପଢାନା ବଡି'ର ସ୍ଥାପନା ପାଇଁ ପ୍ରାୟୋଜକ ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯାଉଛି।

ଏଭଳି ଏକ ଶ୍ରେଣୀଗୃହ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏକ ବସ୍‌କୁ ଶ୍ରେଣୀଗୃହରେ ପରିଣତ କରିବାକୁ ଖୁବ୍ କମ୍ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଏହା ସଂସ୍ଥା ପାଇଁ ନିଶ୍ଚିତ ଏକ କ୍ଷତି ବୋଲି ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁ କହିଛନ୍ତି।

Interesting Story
Advertisment
Advertisment