Advertisment

ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧ କି.ମି. ଯାଏ ଖଣି ଖନନ ମନା

ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍‌ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ।

author-image
Rajalaxmi Sahoo
Supreme Court bans mining, permanent structures within 1 km of National Parks

Supreme Court bans mining, permanent structures within 1 km of National Parks

ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Advertisment

ଜଷ୍ଟିସ ଏଲ୍. ନାଗେଶ୍ୱର ରାଓ, ଜଷ୍ଟିସ୍ ବିଆର୍‌ ଗବାଇ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷ୍ ମାମଲାର ଶୁଣାଣି କରି କହିଛନ୍ତି ଯେ, ସମ୍ବେଦନଶୀଳ ଜୈବ ମଣ୍ଡଳର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ତେବେ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍‌ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

ତେବେ କୌଣସି ପ୍ରକାର ନୂଆ ସ୍ଥାୟୀ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ। ପୂର୍ବରୁ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧୦ କି.ମି ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରିବା ଲାଗି କୋର୍ଟ ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟ ଗୁଡ଼ିକ ଏହାକୁ ବିରୋଧ କରି ଆସିଥିଲେ। ତେଣୁ ୨୦୧୧ର ନିୟମାବଳୀ ଅନୁସାରେ ଖଣି ଖନନ, କରତ କଳ ପ୍ରକଳ୍ପ ଉପରେ ପ୍ରତିବନ୍ଧକ ରହିଛି। 

Advertisment

Supreme Court Mining National Park
Advertisment
Advertisment