• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ବଡ଼ ଦୁର୍ଘଟଣା । ଉତ୍ତରାଖଣ୍ଡ ଖାତକୁ ଖସିଲା ବସ୍ । ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଉତ୍ତରକାଶୀ ଜିଲ୍ଲାର ଧମ୍‌ତା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଖାତକୁ ଖସି ପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ SDRF ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ NDRF କୁ ମଧ୍ୟ ଡକାଯାଇଛି । ମୃତାହତମାନେ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର । ଉତ୍ତରାଖଣ୍ଡ ପ୍ରଶାସନ ସହିତ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଛି । ଆହତଙ୍କୁ ତୁରନ୍ତ ଚିକିତ୍ସା ଓ ମୃତଦେହକୁ ଘରକୁ ଆଣିବାର ସବୁ ବ୍ୟବସ୍ଥା କରାଯାଉଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ନିଜେ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତୀର୍ଥଯାତ୍ରୀଙ୍କ ମୃତ୍ୟୁ ପାଇଁ ସେ ଶୋକ ପ୍ରକାଶ କରିଛନ୍ତି । ତୀର୍ଥଯାତ୍ରୀମାନେ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ବୋଲି ଜଣାପଡ଼ିଛି । ବସ୍‌ରେ ମୋଟ ୨୮ ଜଣ ଥିଲେ ।