Advertisment

ICC Champions Trophy 2025: ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍; ଲାଗିଛି ୫ହଜାର କୋଟିର ବେଟ୍ !

ଦୁବାଇରେ ଡେରା ପକାଇଛନ୍ତି ଅନ୍ତର୍ଜାତୀୟ ଗ୍ୟାଙ୍ଗ। ଏମାନଙ୍କ ମଧ୍ୟରୁ ଅଧିକାଂଶ ବୁକି ଅଣ୍ଡରୱାର୍ଲଡ ସହ ଜଡ଼ିତ। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ବାରା ୫ ଜଣ ବୁକି ଗିରଫ ହେବା ପରେ ସାମନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।

author-image
Sujit kumar Swain
5000 Crore Underworld Betting Scandal Rocks India-New Zealand Final

5000 Crore Underworld Betting Scandal Rocks India-New Zealand Final

ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍ ପାଇଁ ଲାଗିଛି ୫ହଜାର କୋଟିର ବେଟ୍। ଦୁବାଇରେ ଡେରା ପକାଇଛନ୍ତି ଅନ୍ତର୍ଜାତୀୟ ଗ୍ୟାଙ୍ଗ। ଏମାନଙ୍କ ମଧ୍ୟରୁ ଅଧିକାଂଶ ବୁକି ଅଣ୍ଡରୱାର୍ଲଡ ସହ ଜଡ଼ିତ। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ବାରା ୫ ଜଣ ବୁକି ଗିରଫ ହେବା ପରେ ସାମନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ। ଏହି ବୁକି ମାନେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ବେଟିଂ ଲଗାଇଥିଲେ। ଧରାପଡିବା ପରେ ସେମାନଙ୍କୁ ଅଧିକ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ। 

Advertisment

ଗିରଫ ବୁକି ମାନେ ହେଲେ ପ୍ରବୀଣ କୋଚର ଏବଂ ସଞ୍ଜୟ କୁମାର। ସେମାନେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ ଲଗାଇଥିଲେ ଟଙ୍କା। ପୋଲିସର ସୂଚନା ଅନୁସାରେ, ଦୁବାଇରୁ ଦାଉଦ୍ ଇବ୍ରାହିମର ଡି କମ୍ପାନୀ ବେଟିଂକୁ ଅପରେଟ୍ କରୁଛି। ଅନ୍ତର୍ଜାତୀୟ ବୁକି ମାନେ ଭାରତ ସପକ୍ଷରେ ଅଧିକ ଟଙ୍କା ଲଗାଉଛନ୍ତି।

ଅଧିକ ପଢ଼ନ୍ତୁ: ବଦଲା ନେଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ଭାରତ

ଆସନ୍ତାକାଲି ଦୁବାଇରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ। ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଥିଲା। 

Advertisment

ଅନ୍ୟପଟେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି ଟିମ୍ ଇଣ୍ଡିଆ । ମାର୍ଚ୍ଚ ୯ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ସହ ହେବ ରୋହିତ ସେନାର ଫାଇନାଲ୍ ମୁକାବିଲା । ଉଭୟ ଟିମ୍ ୨୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ । ୨୦୦୦ ସଂସ୍କରଣର ଫାଇନାଲ୍‌ରେ କିୱି ଟିମ୍ ଭାରତକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଭାରତୀୟ ଟିମ୍ ଅଢ଼େଇ ଦଶନ୍ଧି ପୂର୍ବ ପରାଜୟର ହିସାବ ବରାବର କରିବାକୁ ଚାହିଁବ ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏ ଯାବତ ଅପରାଜେୟ ରହିଆସିଛି । ଅନ୍ୟପଟେ, ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ମ୍ୟାଚ୍ ହାରିଛି । ଭାରତ ହିଁ ଗ୍ରୁପ୍ ପର୍ଯ୍ୟାୟରେ ମିଚେଲ୍ ସାଣ୍ଟନରଙ୍କ ଟିମ୍‌କୁ ମାତ୍ ଦେଇଥିଲା । ବିଭିନ୍ନ ଦିଗରୁ ବିଚାର କଲେ, ଟିମ୍ ଇଣ୍ଡିଆ ମ୍ୟାଚ୍ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । କିନ୍ତୁ ନ୍ୟୁଜିଲାଣ୍ଡର ଚାଲେଞ୍ଜକୁ ଅତିକ୍ରମ କରିବା ଟିମ୍ ପାଇଁ ସହଜ ହେବ ନାହିଁ । ସେମିଫାଇନାଲ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଥିଲା । ରୋହିତ ସେନା ୧୧ ବଲ୍ ବାକି ଥାଇ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା । ତେବେ କିୱି ଟିମ୍ ଦକ୍ଷିଣ ଆଫ୍ରିକାକୁ ଅପେକ୍ଷାକୃତ ସହଜରେ ହରାଇଥିଲା । ଏହା ସହିତ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବାଧିକ ସ୍କୋର୍ (୩୬୨/୬) ଛିଡ଼ା କରିଥିଲା । ଟେମ୍ବା ବାଭୁମାଙ୍କ ଟିମ୍ ୫୦ ରନ୍‌ରେ ଏହି ମ୍ୟାଚ୍ ହାରିଯାଇଥିଲା ।

ଅଧିକ ପଢ଼ନ୍ତୁ: ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅବସର ନେଲେ ଅଧିନାୟକ ଷ୍ଟିଭ୍ ସ୍ମିଥ୍

Cricket
Advertisment
Advertisment