Advertisment

ବାଇକ୍‌ରେ ଯାଉଥିଲେ ଯୁବକ, ହଠାତ୍‌ ଆସି ପଚାରିଲେ- ‘କୋଉଠି ମୋ ଭଉଣୀ’, ତା’ପରେ...

‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍‌ରେ ନନିହାଲ୍‌ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।

author-image
Rajalaxmi Sahoo
Man Shot By Miscreants In Uttar Pradesh

Man Shot By Miscreants In Uttar Pradesh

‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍‌ରେ ନନିହାଲ୍‌ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ବବେରୁ ଥାନା ଅନ୍ତର୍ଗତ ତରାୟା ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଭଉଣୀ ନିଖୋଜ ଅଛନ୍ତି। ଏନେଇ ସମ୍ପୃକ୍ତ ଯୁବକଙ୍କ ଉପରେ ସନ୍ଦେହ କରି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। 

Advertisment

ଶନିବାର ଦିନ ଯୁବକ ଜଣକ ଜେଜେବାପାଙ୍କ ସହ ବାଇକ୍‌ରେ ନନିହାଲ୍‌ ଯାଉଥିଲେ। ଅଧା ବାଟରେ ୪ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯୁବକଙ୍କୁ ପଚାରିଥିଲେ, ‘କୋଉଠି ମୋ ଭଉଣୀ?’। ଯେତେବେଳେ ଯୁବକ ଜଣକ କହିଲେ  ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାପରେ ଯୁବତୀଙ୍କ ଭାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ଖାଇବା ପରେ ଯୁବକ ଜଣକ ବାଇକ୍‌ରୁ ତଳେ ଟଳି ପଡ଼ିଥିଲେ।  

ସୂଚନା ଅନୁସାରେ, ଯୁବକଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ଭାଇ ବୋଲି ଜଣାପଡ଼ିଛି। କିଛିଦିନ ହେବ ତାଙ୍କ ଭଉଣୀ ନିଖୋଜ ଅଛନ୍ତି। ଭଉଣୀ ନିଖୋଜ ହେବା ପଛରେ ଉକ୍ତ ଯୁବକଙ୍କ ହାତ ଥିବା ସେ ସନ୍ଦେହ କରି ତାଙ୍କୁ ହଇରାଣ କରିବା ସହ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହାପରେ ଡାକ୍ତର ତାଙ୍କୁ ଟ୍ରମା ସେଣ୍ଟରକୁ ରେଫର କରିଥିଲେ। 

Advertisment

ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ୍‌ କହିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। 

Firing
Advertisment
Advertisment