Advertisment

ନିଜ ସହ ନିଜେ ୭ ଫେରା ନେବେ କ୍ଷମା, ହେଲେ ମନ୍ଦିରରେ ବିବାହ ପାଇଁ ମିଳିବନି ଅନୁମତି !

ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gujarat Girl Kshama Bindu To Marry Herself

Gujarat Girl Kshama Bindu To Marry Herself

ଆଉ ମାତ୍ର ଦିନ କେଇଟା ପରେ ହେବ ବିବାହ। ଏଥିପାଇଁ ଲେହେଙ୍ଗାଠୁ ଆରମ୍ଭ କରି ପାର୍ଲର, ଜୁଏଲାରୀ ସବୁ କିଛି ବୁକ୍‌ ହୋଇ ସାରିଲାଣି। ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ। ନିଜକୁ ନିଜେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିବା ଗୁଜୁରାଟର ୨୪ ବର୍ଷୀୟ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

Advertisment

ଜୁନ୍‌ ୧୧ରେ କ୍ଷମା ବିନ୍ଦୁ ନିଜକୁ ନିଜେ ବାହା ହେବାକୁ ଯାଉଛନ୍ତି। ହେଲେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବିଜେପି ନେତ୍ରୀ ସୁନୀତା ଶୁକ୍ଳା କହିଛନ୍ତି, ‘ଯଦି ସେ (କ୍ଷମା ବିନ୍ଦୁ) ମନ୍ଦିରରେ ନିଜକୁ ନିଜେ ବିବାହ କରନ୍ତି, ତା’ହେଲେ ଆମେ କେବେବି ଏହା କରିବାକୁ ଦେବୁ ନାହିଁ। କାରଣ ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ’। 

ସୁନୀତା ଆହୁରି କହିଛନ୍ତି, ‘ବିନ୍ଦୁଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ। ହିନ୍ଦୁ ସଂସ୍କୃତିରେ ଏମିତି କୌଣସି ସ୍ଥାନରେ ଲେଖା ହୋଇନାହିଁ ଯେ, ଜଣେ ପୁଅ, ପୁଅକୁ ବିବାହ କରିପାରିବ ଓ ଜଣେ ଝିଅ, ଝିଅକୁ ବିବାହ କରିପାରିବ। ତେଣୁ ବିନ୍ଦୁ ଯଦି କୌଣସି ମନ୍ଦିରରେ ନିଜକୁ ନିଜେ ବାହା ହୁଅନ୍ତୁ, ତା’ହେଲେ ତାଙ୍କୁ ଏଥିପାଇଁ ଅନୁମତି ମିଳିବ ନାହିଁ। ଏହାକୁ ବିରୋଧ କରାଯିବ। ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ। ଯଦି କିଛି ଧର୍ମ ବିରୋଧୀ କାର୍ଯ୍ୟ ହୁଏ, ତା’ହେଲେ କୌଣସି ଆଇନ୍‌ ଚଳିବନି।’

Advertisment

ବିନ୍ଦୁ ସମାଜ ବିଜ୍ଞାନରେ ଗ୍ରାଜୁଏଟ୍‌ କରିଥିବା ବେଳେ ବର୍ତ୍ତମାନ ସେ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଛନ୍ତି। ତାଙ୍କ କହିବା ଅନୁସାରେ,ନିଜକୁ ନିଜେ ବାହା ହେବା ନିଷ୍ପତ୍ତିକୁ ତାଙ୍କ ବାପାମା’ ଗ୍ରହଣ କରିବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେ ବିବାହ ପରେ ହନିମୁନ୍‌ ଯିବା ପାଇଁ ମଧ୍ୟ ଯୋଜନା କରିଛନ୍ତି। ଏଥିପାଇଁ ସେ ୨ ସପ୍ତାହ ଛୁଟି ନେଇ ଗୋଆ ଯିବେ ବୋଲି ଯୋଜନା କରିଛନ୍ତି।  

Woman Marry To Herself Kshama Bindu
Advertisment
Advertisment