• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିହାରର ସୀମା ପରେ ଏବେ ସାମ୍ନାକୁ ଆସିଛନ୍ତି କାଶ୍ମୀରର ପରଭେଜ୍ । ଗୋଟିଏ ଗୋଡ଼ରେ ଚାଲି ଚାଲି ଯାଉଛନ୍ତି ସ୍କୁଲ । କାଶ୍ମୀର ହନ୍ଦଓ୍ୱାଡ଼ାର ପରଭେଜ୍ ଡେଇଁ ଡେଇଁ ପ୍ରତିଦିନ ସ୍କୁଲ ଯାଆନ୍ତି । ଦୁଇ କିଲୋମିଟର ପାହାଡ଼ ପର୍ବତ ଘେରା ଅଞ୍ଚଳରେ ସେ ବିପଦଜନକ ଅବସ୍ଥାରେ ଯାଆନ୍ତି । ଏହି ରାସ୍ତାରେ ନାଁ କୌଣସି ଗାଡ଼ି ଅଛି ନା ବିକଳ୍ପ ବ୍ୟବସ୍ଥା । ତେଣୁ ଭାଗ୍ୟକୁ ଆଦରି ସେ ଏମିତି ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଯାଆନ୍ତି ।

ଅନ୍ୟପଟେ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ । ତେଣୁ ଏବେ ସେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି । କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ ପରଭେଜ୍ ।

ଗତ କିଛି ଦିନ ତଳେ ବିହାରର ସୀମାଙ୍କ ଘଟଣା ବି ସାମ୍ନାକୁ ଆସିଥିଲା । ସେ ବି ଗୋଟିଏ ଗୋଡ଼ରେ ସ୍କୁଲକୁ ଯାଉଥିଲେ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ବିଭିନ୍ନ ମହଳରୁ ସହାୟତା ମିଳିଥିଲା । ଦିବ୍ୟାଙ୍ଗ ଝିଅର ମନୋବଳରେ ଲାଗିଗଲା ଡେଣା । ଦଇବର ଉପହାସକୁ ପାଦେ ପାଦେ ଚ୍ୟାଲେଞ୍ଜ କରୁଥିବା ସୀମାକୁ ମିଳିଲା ଦ୍ୱିତୀୟ ଗୋଡ଼ । ଏବେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ନୁହେଁ, ଦୁଇ ଗୋଡ଼ରେ ସ୍କୁଲ ଯାଉଛି ସୀମା । ସାଧାରଣ ପିଲାଙ୍କ ପରି ଦୁନିଆ ଦେଖୁଛି । ଆଉ ସେହି ନୂଆ ଦୁନିଆରେ ଦୁଇ ଗୋଡ଼ରେ ଚାଲିବ । 

 

ଦ୍ୱିତୀୟ ଗୋଡ଼ ପାଇ ସୀମାର ଖୁସି କହିଲେ ନସରେ । ଏବେ ଆଖି ତା’ର ଚିକ୍‌ମିକ୍‌ କରୁଛି । କାରଣ ଭିନ୍ନକ୍ଷମତା ତା’ର ସ୍ୱପ୍ନ ଆଗରେ ଆଉ କଣ୍ଟା ସାଜିପାରିବନି । ପାଠପଢ଼ି ଭବିଷ୍ୟତରେ ଶିକ୍ଷକତା କରିବାକୁ ଚାହୁଁଥିବା ସୀମା ବାପାମା’ର ଟେକ ରଖିବ । ସୀମାକୁ କୃତ୍ରିମ ଗୋଡ଼ ମିଳିବା ପରେ ସୋସିଆଲ ମିଡିଆରେ ପୁଣି ଥରେ ତା’ର ଫଟୋ ଭାଇରାଲ ହୋଇଥିଲା । ଫଟୋରେ ଦେଖିବାକୁ ମିଳିଥିଲା ସୀମା ଦୁଇ ଗୋଡରେ ଛିଡ଼ା ହୋଇଛି । ଫଟୋରେ ତା ମୁହଁରେ ଖୁସି ସ୍ପଷ୍ଟ ଦେଖିବାକୁ ମିଳୁଥିଲା ।