ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।
ପୁଣିଥରେ ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୋମବାର ଦିଲ୍ଲୀରେ ୫୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ କେସ୍ ଉପରେ କଡାକଡି ଭାବରେ ନଜର ରଖିବା ଉଚିତ୍ ।