• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଶ୍ମୀର ଉପତ୍ୟକାରେ ହେଉଥିବା ଟାର୍ଗେଟ କିଲିଂକୁ ନେଇ ସାରା ଦେଶରେ ତୀବ୍ର ହେଉଛି ଅସନ୍ତୋଷ । ପୂର୍ବତନ ଜାମ୍ମୁ ଓ କାଶ୍ମୀର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ସହ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଏହାକୁ ନିନ୍ଦା କରିବା ସହ ଗମ୍ଭୀରତାର ସହ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଆତଙ୍କବାଦୀମାନେ ଆତଙ୍କ ଜାରି ରଖିଛନ୍ତି । ଏଣୁ ସୁରକ୍ଷାବାହିନୀ ଆତଙ୍କବାଦର ମୁକାବିଲା ପାଇଁ ଅଧିକ କଠୋରପନ୍ଥା ଗ୍ରହଣ କରୁବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଯେଉଁ ସ୍ଥିତି ମୁଣ୍ଡ ଟେକି ସୁରକ୍ଷା ଏବଂ ଭ୍ୟାଲି ବାସିନ୍ଦାଙ୍କ ପ୍ରତି ବିପଦ ବଢ଼ାଇଛି । ତାକୁ ପ୍ରଶାସନ ଗୁରୁତ୍ୱର ସହ ନେଉବୋଲି କହିଛନ୍ତି କବିନ୍ଦର । କେନ୍ଦ୍ର ସରକାର ଏବଂ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ମଧ୍ୟରେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ହୋଇଥିବା ବିଚାର ବିମର୍ଶକୁ ପ୍ରଶଂସା କରିବା ସହ ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି । ସରକାର ଖୁବ ଶୀଘ୍ର ନିଜ ବ୍ଲୁ ପ୍ରିଣ୍ଟରେ ପରିବର୍ତ୍ତନ ଆଣି ଆତଙ୍କବାଦୀଙ୍କ ଆତଙ୍କର ପ୍ରଭାବକୁ ମୂଳପୋଛ କରିବାକୁ ଯୋଜନା ରଖାଯାଇଛି ।

ବିଗତ ୩୦ ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ଲୋକେ ଯେଉଁ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ସେଥିରେ ବିରାମ ଲାଗିବା ଉପରେ ଗୁରୁତ୍ୱ ଦେଇଛନ୍ତି କବିନ୍ଦର । ଏଥିସହ ହାଇଦ୍ରାବାଦ ସାଂସଦ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ବି ଆଣିଛନ୍ତି । ସିଧାସଳଖ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱସୀଙ୍କ ନାଁ ନେଇ ସେ ଲୋକଙ୍କୁ ଉସକାଉଥିବାର ସ୍ଥିତି ବେହାଲ ହେଉଥିବା ଅଭିଯୋଗ ଆଣିଛନ୍ତି । ତେବେ କବିନ୍ଦରଙ୍କ ଏହି ଅଭିଯୋଗ ଉପରେ ଅସଦୁଦ୍ଦିନ ଓେଓ୍ୱସି କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ସେପଟେ କାଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଦିଲ୍ଲୀରେ ରାଜନୈତିକ ମାହୋଲକୁ ଉଷ୍ମ କରିଛି ଆମ ଅଦମୀ ପାର୍ଟି । ଆଜି ଦିଲ୍ଲୀରେ ଦଳ ପକ୍ଷରୁ ଏକ ବିଶାଳ ରାଲି କରାଯାଇଥିଲା । ଏଥିରେ ସିଧାସଳଖ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନଡିଏ ସରକାରକୁ ସମାଲୋଚନା କରିଛନ୍ତି ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ । ନବେ ଦଶକର ସ୍ଥିତି ପୁଣି ଥରେ କାଶ୍ମୀର ଉପତ୍ୟାକାକୁ ଫେରିଥିବା କହି ବିଜେପିକୁ ଟାର୍ଗେଟ କରିଛି ଆପ୍ । କେଜରିଓ୍ୱାଲଙ୍କ ବୟାନକୁ ନେଇ ବିଜେପି କିମ୍ବା ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।