ବଢ଼ିଲା ଏଲ୍ପିଜି କନେକ୍ସନ ଦର। ଯଦି ଆପଣ ନୂଆ ଏଲ୍ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ।
ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା।
ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।
ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା
ମୂଷା ନେଇଯାଇଥିଲା ସୁନା ଅଳଙ୍କାର, ଅନେକ ଖୋଜାଖୋଜି ପରେ ମିଳିଲା ।
ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।
ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା
ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।
ମୁମ୍ବାଇର ଜୁହୁ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍ରେ ୩୫ ବର୍ଷୀୟା ଲେଖିକାଙ୍କୁ ବିଜ୍ନେସ୍ମ୍ୟାନ୍ ଦୁଷ୍କର୍ମ କରିଥିବା ଅଭିଯୋଗ ଡୋଇଛି। ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ଙ୍କ ନାଁ ନେଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିଲେ।
ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି
‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି। ଆଉ ଏହା ମଧ୍ୟ ଜାଣିଛି ଯେ, ଏଥିପାଇଁ ଅଧିକରୁ ଅଧିକ ମୋତେ ଫାଶୀ ହେବ। ଏଥିପାଇଁ ମୁଁ ପ୍ରସ୍ତୁତ ଅଛି।’ ଲକ୍ଷ୍ନୌରେ ୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା ଘଟଣାରେ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ଏଭଳି କିଛି ସ୍ୱୀକାର କରିଛନ୍ତି।
ଆସାମ ଗୋଲପାରା ନିକଟରେ ଏକ ଅଘଟଣ ଘଟିଛି । ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।
ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାର ଟପିଥିବା ସୂଚନା...
ଏଟିଏମ୍ରୁ ୫୦୦ ଟଙ୍କା withdraw କଲେ ବାହାରୁଛି ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍ ୨,୫୦୦ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି। ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି।
ଆଇଟି ଜବ୍ ଛାଡ଼ି ଗଧ କ୍ଷୀର ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ । ସଫ୍ଟୱେୟାର କମ୍ପାନୀ ଚାକିରୀ ଛାଡ଼ିଥିବା ଯୁବକଙ୍କ ଅଜବ ପେଶା । ଚାକିରୀ ଛାଡ଼ି ଗଧ କ୍ଷୀର ଫାର୍ମ ହାଉସ କରିଛନ୍ତି କର୍ଣ୍ଣାଟକର ଯୁବକ । ୩୦ ମିଲିଲିଟର କ୍ଷୀରକୁ ବିକୁଛନ୍ତି ୧୫୦ ଟଙ୍କାରେ । ପ୍ୟାକେଟ୍ କରି ବିଭିନ୍ନ ସପିଂ ମଲ୍, ଦୋକାନ ଓ ସୁପରମାର୍କେଟକୁ ଦେଉଛନ୍ତି ।
ଜାତୀୟସ୍ତରର ସୁଟର ସୁଖମନ୍ପ୍ରୀତ୍ ସିଂ ସିଦ୍ଧୁ ଓରଫ ସିପି ସିଦ୍ଧୁଙ୍କୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଧିକ ଜେରା ପାଇଁ ସିବିଆଇ ବିଚାରପତିଙ୍କ ଝିଅଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।
ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟାଇବାକୁ ୟୁପିଏ, ଏନଡିଓ ଓ ଅନ୍ୟ ଦଳଙ୍କ ସହ ଆଲୋଚନା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛି ବିଜେପି ।
ପ୍ରବଳ ବର୍ଷା କାରଣରୁ ଆସାମର ବିଭିନ୍ନ ସ୍ଥାନେରେ ବନ୍ୟା ସ୍ଥିତି ଉପୁଜିଛି । ରାଜ୍ୟରେ କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା। ସେପଟେ ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
୮୦ ପୁଟ୍ ତଳେ ୧୦୮ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲା ୧୦ ବର୍ଷର ରାହୁଲ୍। ଏବେ ଚାଲିଛି ତା’ର ଚିକିତ୍ସା। ଉଦ୍ଧାର ବେଳେ ରେସ୍କ୍ୟୁ ଟିମ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ ଚାଲେଞ୍ଜ୍। ଆସନ୍ତୁ ଟପ୍ ଟେନ୍ ଚାଲେଞ୍ଜ୍ ଉପରେ ନଜର ପକେଇବା।
କାଲି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ରେସ୍କ୍ୟୁ ଟିମ୍ର ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବଦଳିଯାଇଛି ସବୁ କିଛି। ରାହୁଲକୁ ସୁରକ୍ଷିତ ଉଦ୍ଧାର ପରେ ଏବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'
ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦାମ୍ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। MCXରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି।