/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660549782.jpg)
Special story
ପୁଣି ଏକ ଜୀବନ ନେଇଗଲା ଚାଇନିଜ୍ ମାଞ୍ଜା । ଦିଲ୍ଲୀ ସମେତ ସମଗ୍ର ଦେଶରେ ଚୀନ୍ ମାଞ୍ଜା ଆତଙ୍କ ଜାରି ରହିଛି । ମାଞ୍ଜା ସୂତାରେ କଟି ରାଜଧାନୀରେ ଜଣେ ଯୁବ ବ୍ୟବସାୟୀଙ୍କର ଜୀବନ ଚାଲିଗଲା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ରବିବାର ଦିନ ମାନସରୋବର ପାର୍କ ଅଞ୍ଚଳରେ ସଂପୃକ୍ତ ବ୍ୟବସାୟୀ ଜଣକୁ ସ୍କୁଟି ଚଳାଇ ଯାଉଥିବା ବେଳେ ମାଞ୍ଜା ସୂତାରେ କଟିଯାଇ ପ୍ରାଣ ହରାଇଛନ୍ତି । ମୃତକଙ୍କ ନା ଅଭିଷେକ ବୋଲି ଜଣାପଡ଼ିଛି । ପୋଲିସର ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ହସ୍ପିଟାଲ ପହଞ୍ଚିବା ପରେ ଜୀବନ ଚାଲିଗଲା
ରବିବାର ଅପରାହ୍ନରେ ଅଭିଷେକ ଘର କାମରେ ଶାଲିମାର ଗାର୍ଡେନକୁ ଯାଉଥିଲେ । କିଛି ଦୂରରେ ଯିବା ପରେ ନାଥୁ କଲୋନୀ ଫ୍ଲାଏ ଓଭର ନିକଟରେ ଚାଇନିଜ୍ ମାଞ୍ଜାସୂତାରେ ତାଙ୍କ ବେକ କଟି ଯାଇଥିଲା । ହଠାତ୍ ଅଭିଷେକ୍ କିଛି ଜାଣି ପାରିନଥିଲେ । ବେକରେ କ’ଣ ଲାଗିଲା ଭାବି ସେ ହାତରେ ମାଞ୍ଜାସୂତା ହଟାଇବାକୁ ଚେ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ଆଙ୍ଗୁଠି ମଧ୍ୟ କଟିଗଲା । ଫଳରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡିଯାଇଥିଲେ ।
ସେହି ରାସ୍ତା ଦେଇ ଯାଉଥିବା ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେବା ସହ ଆହତ ଅଭିଷେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଭିଷେକ ପରିବାର ସହିତ ଜ୍ୟୋତି କଲୋନୀ ଅଞ୍ଚଳରେ ରହୁଥିଲେ । ତାଙ୍କ ପରିବାରରେ ବାପମା’, ତିନି ଭାଇ ଏବଂ ଭଉଣୀ ଅଛନ୍ତି । ଏବେ ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଘରେ କାନ୍ଦବୋବାଳି ପଡ଼ିଛି ।
ମାଞ୍ଜା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି
ପୋଲିସ୍ ସୂଚନା ଅନୁସାରେ ଚୀନୀ ମାଞ୍ଜା ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତଥାପି ଦିଲ୍ଲୀର ଅନେକ ଅଞ୍ଚଳରେ ଖୋଲାଖୋଲି ଭାବେ ଚୀନୀ ମାଞ୍ଜା ବିକ୍ରି ହେଉଛି ବୋଲି ଖବର ରହିଛି । ଏବେ ସୁଦ୍ଧା ଅନେକ ଦୋକାନୀଙ୍କୁ ପୋଲିସ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)