• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାରୀ କର୍ମଚାରୀଙ୍କ ବଢ଼ିଲା ଦରମା । ଖାଦ୍ୟ ସୁରକ୍ଷା ଆଇନ୍‌ ଆଧାରରେ ସରକାର ବଢ଼ାଇଲେ ୩ ପ୍ରତିଶତ ମହଙ୍ଗା ଭତ୍ତା । ଏହାସହ ଅନ୍ୟ କଲ୍ୟାଣକାରୀ ଯୋଜନାର ମଧ୍ୟ ଅବଧି ବଢ଼ାଇଲେ । ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ, ପତାକା ଉତ୍ତୋଳନ କରିବା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନିଜର ଅଭିଭାଷଣ ରଖିଥିଲେ । ସେଥିରେ ସେ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ । ଆଉ କହିଥିଲେ ସମସ୍ତଙ୍କ ମନରେ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାର ସାହାସ ରହିବା ଆବଶ୍ୟକ । ସବୁକିଛି ଦ୍ୱିତୀୟରେ ଆସିବ କିନ୍ତୁ ପ୍ରଥମେ ଦେଶ କଥା ଚିନ୍ତା କରିବାକୁ ହେବ । 

 

ତେବେ ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଦରମା ସପ୍ତମ ବେତନ କମିଶନ ଆଧାରରେ ବୃଦ୍ଧି ହେବା କଥା କହିଥିଲେ । ଏହା ଜାନୁଆରୀ ପହିଲା ୨୦୨୨ରୁ ପିଛଲା ଭାବେ ଲାଗୁ ହେବ ।   

ଏହି ଘୋଷଣା ଦ୍ୱାରା ରାଜ୍ୟର ପାଖାପାଖି ୯.୩୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୧୪୦୦ କୋଟି ଟଙ୍କାର ବୋଝ ବଢ଼ିବ ବୋଲି ସେ କହିଛନ୍ତି । ଏହାସହ ସେ ଅହୁରି ଘୋଷଣା କରିଛନ୍ତି ଯେ, ଏନ୍‌ଏଫ୍‌ଏସ୍‌ଏ କାର୍ଡ ଧାରକ ଏଣିକି ଏକ କେଜି ଲେଖାଏଁ ଅଧିକ ଡାଲି ପାଇବେ । ଅନ୍ୟପଟେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯେଉଁ ସବୁ ନିୟମାବଳି ରହିଥିଲା ସେଥିରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଯୋଜନାରେ ସାମିଲ ହେବା ପାଇଁ ରୋଜଗାର ସୀମାକୁ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହାଦ୍ୱାରା ୨୫୦ ତାଲୁକାର ୭୧ ଲକ୍ଷ NFSA କାର୍ଡଧାରୀ ଉପକୃତ ହେବେ । ସେମାନଙ୍କୁ ପ୍ରତି ମାସରେ ରିହାତି ଦରରେ ମିଳିବ ଏକ କିଲୋ ଡାଲି । ବର୍ତ୍ତମାନ ସମୟରେ ୫୦ ତାଲୁକାର ଲୋକେ ଏହି ଯୋଜନାର ଫାଇଦା ନେଉଛନ୍ତି ।

ପର୍ବରୁ ୧୦ ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ଲୋକ ଏହି ଯୋଜନାରେ ସାମିଲ ହେବାର ନିୟମ ରହିଥିଲା । କିନ୍ତୁ ଏବେ ଏହାର ସୀମାକୁ ବୃଦ୍ଧି କରାଯାଇ ୧୫ ହଜାର କରାଯାଇଛି । ଏବେ ମାସିକ ୧୫୦୦୦ରୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ ।