• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୋନ୍‌ ଆସିଲେ ବନ୍ଦ ମାତରମ୍‌ କହିବେ ସରକାରୀ କର୍ମଚାରୀ । ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ ପରେ ରବିବାର ଦିନ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀମାନେ କଲ ଆସିଲେ Hello ପରିବର୍ତ୍ତେ 'ବନ୍ଦେ ମାତରମ' କହିବେ । ଏଥିପାଇଁ ଖୁବ ଶୀଘ୍ର ସରକାର ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିବେ । ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ Sudhir Mungantiwar ଏପରି ଘୋଷଣା କରିଛନ୍ତି ।

ମହାରାଷ୍ଟ୍ରର ନବନିଯୁକ୍ତ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ରବିବାର ଦିନ କହିଛନ୍ତି, ସମସ୍ତ ସରକାରୀ ଅଧିକାରୀ ଅଫିସରେ କଲ ଉଠାଇବା ମାତ୍ରେ Hello ନୁହେଁ, ବନ୍ଦେ ମାତରମ କହିବାକୁ ପଡ଼ିବ । ଆମେ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଦେଶରେ ଆଜାଦିର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ ଅଧିକାରୀମାନେ Hello ବଦଳରେ ଫୋନରେ 'ବନ୍ଦେ ମାତରମ' କୁହନ୍ତୁ । ଅଗଷ୍ଟ ୧୮ ସୁଦ୍ଧା ସରକାରୀ ଆଦେଶ ଆସିବ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ ହେବ  ।

ଡ୍ରେସ୍‌କୋଡ ନିୟମ

ପୂର୍ବରୁ ଡ୍ରେସ୍‌କୋର୍ଡକୁ ନେଇ କଠୋନ ନିୟମ କରିଥିଲେ ମହାରାଷ୍ଟ୍ର ସରକାର । ଡିସେମ୍ବର ୨୦୨୦ରେ ରାଜ୍ୟ ସଚିବାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଇଁ କଡ଼ା ନିୟମ କରାଯାଇଥିଲା । ଜିନ୍ସ, ଟି-ସାର୍ଟ, ଜିନ୍ସ ପିନ୍ଧି ଅଫିସ୍‌ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ଫର୍ମାଲ ପୋଷାକ ପିନ୍ଧି ଆସିଲେ ବୃତ୍ତିଗତ ମାହୋଲ ବଜାୟ ରହିବ ହେବ ବୋଲି ଏପରି କୁହାଯାଇଥିଲା ।

ସୂଚନାଯୋଗ୍ୟ ଗତକାଲି ମହାରାଷ୍ଟ୍ରରେ ଦୀର୍ଘ ସମୟର ଅପେକ୍ଷା ପରେ ସିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଏକନାଥ ସିନ୍ଦେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିପରି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱ ଏବଂ ସୁଧୀର ମୁଙ୍ଗଧନୀୱିତାରଙ୍କୁ ଜଙ୍ଗଲ ବିଭାଗର ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଅନୁମୋଦନ ପରେ ବିଭାଗ ବଣ୍ଟନ କରାଯାଇଛି ।