• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶ ପାଳିଲା ସ୍ୱାଧୀନତା ଦିବସ । ୭୫ ପୂରି ୭୬ ବର୍ଷରେ ପଦାର୍ପଣ କଲା ସ୍ୱାଧୀନ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଘରେ ଘରେ ଉଡିଛି ତ୍ରିରଙ୍ଗା । ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ଆଜାଦିର ଏଇ ଅମୃତ ମହୋତ୍ସବରେ ସଫଳ ହୋଇଛି । ଗତ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ତ୍ରିରଙ୍ଗା ବିକ୍ରି ମଧ୍ୟ ଭଲ ହୋଇଛି । ହେଲେ ଏବେ ପ୍ରଶ୍ନ ଉଠୁଛି ସାରା ଦେଶରେ କୋଟି କୋଟି ସଂଖ୍ୟକ ପତାକା ଲଗାଇଯାଇଛି, ଏବେ ସେଗୁଡ଼ିକର ହେବ କଣ ?

ଫ୍ଲାଗ କୋଡ ଅଫ୍ ଇଣ୍ଡିଆ ୨୦୨୦ରେ ପତାକାକୁ ନେଇ ଅନେକ ନିୟମ ରହିଛି । ଏହାର ଉଲ୍ଲଂଘନ ହେଲେ ଜରିମାନା ସହ ଜେଲ୍ ମଧ୍ୟ ହୋଇପାରେ । ଭାରତୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆର ନିୟମାବଳୀ ଅନୁସାରେ ପତାକା ପ୍ରତି କୌଣସି ପ୍ରକାର ଅସମ୍ମାନ ଏକ ଗୁରୁତର ଅପରାଧ । ଏଥିପାଇଁ ୩ବର୍ଷର କାରାଦଣ୍ଡ ସହ ଜରିମାନା ହୋଇପାରେ ।

ତେବେ ଜାଣି ରଖନ୍ତୁ କେମିତି ଏହାକୁ ସାଇତି ରଖିବେ...

ପତାକା ଓହ୍ଲାଇବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଏହାକୁ ସାଇତି ରଖାଯିବାର ନିୟମ ରହିଛି । ନାରାଙ୍ଗୀ ରଙ୍ଗ ଓ ସବୁଜ ରଙ୍ଗକୁ ଯତ୍ନର ସହ ମୋଡି ଏହାକୁ ସମ ଅନୁପାତରେ ଭାଙ୍ଗି ଅଶୋକ ଚକ୍ରକୁ ଉପରକୁ ରଖିବାର ନିୟମ ରହିଛି । ଏହା ପରେ ଯତ୍ନର ସହ ପତାକାକୁ ସାଇତି ରଖାଯିବ ।

ଯଦି କୌଣସି କାରଣରୁ ପତାକା ନଷ୍ଟ ହୋଇ ଯାଇଥାଏ କିମ୍ୱା ଚିରି ଯାଇଥାଏ, ତେବେ ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ ନିୟମ ଅନୁସାରେ ଏହାକୁ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ମର୍ଯ୍ୟାଦାର ସହ ସଂପୂର୍ଣ୍ଣ ବିଲୟ କରିବାକୁ ପଡ଼ିବ । ଅନ୍ୟପଟେ କାଗଜ ପତାକା ହୋଇଥିଲେ, ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ଏହାକୁ ମଧ୍ୟ ମର୍ଯ୍ୟାଦାର ସହ ନଷ୍ଟ କରିବାର ବିଧି ରହିଛି।

ଆଜାଦିକା ଅମୃତ ମହୋତ୍ସବରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ୍ ପାଇଁ ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପତାକା ନିର୍ମାଣ ଓ ବିକ୍ରି ପାଇଁ ପାରମ୍ପାରିକ ଭାବେ ପତାକା ନିର୍ମାତା ମାନଙ୍କୁ ଏହାର ଦାୟିତ୍ୱ ଦିଆ ଯାଇଥିଲା।

୧୩ରୁ ୧୫ ଅଗଷ୍ଟ ହର ଘର ତ୍ରିରଙ୍ଗାରେ ପତାକାକୁ ଦିନ ଏବଂ ରାତିରେ ଉଡାଇବାର ସ୍ୱାଧୀନତା ମଧ୍ୟ ଦିଆ ଯାଇଥିଲା । ଯାହା ଆଗରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସୀମିତ ଥିଲା । ଆଗରୁ ହସ୍ତ ତନ୍ତର ପତାକା ବୈଧ ଥିବା ବେଳେ ଏଥର କଟନ, ଉଲ୍ , ସିଲ୍କ, ଖଦି ଓ ପଲିଷ୍ଟର ପତାକା ମଧ୍ୟ ବ୍ୟବହାର ହୋଇପାରିବ ବୋଲି କୁହାଯାଇଥିଲା । ତା ସହ ମଧ୍ୟ ପତାକାର ମର୍ଯ୍ୟାଦା ଯେପରି ହାନି ନହେବ, ତାକୁ ନେଇ ସାଧାରଣ ନାଗରିକ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।