Advertisment

୩୮ ବର୍ଷ ପରେ...ବରଫ ଭିତରୁ ଉଦ୍ଧାର ହେଲା ଯବାନଙ୍କ ମରଶରୀର

୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
chandrashekhar-dead-body-found-after-38-years

chandrashekhar-dead-body-found-after-38-years

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ବିଶ୍ୱାସ ହେଉନଥିଲେ ଏମିତି ଘଟଣା ଘଟିଛି ସିଆଚେନ୍‌ରେ। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୩୮ ବର୍ଷ ପରେ ସିଆଚେନ୍‌ରୁ ମିଳିଲା ଯବାନଙ୍କ ମୃତ ଶରୀର। ଆଉ ମୃତ ଦେହ ମିଳିବା ପରେ ପରିବାରକୁ ଖବର ଦିଆଯିବ ସହ ଶବ ସଂସ୍କାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Advertisment

୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ସହିଦ ଚନ୍ଦ୍ରଶେଖରଙ୍କ ମୃତଦେହ ଆସନ୍ତାକାଲି ଉତ୍ତରାଖଣ୍ଡର ହଲଦୱାନୀରେ ପହଞ୍ଚିବାର ରହିଛି। ଚନ୍ଦ୍ରଶେଖରଙ୍କ ଘର ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିଣ୍ଟାହାଟିଖୁର ଗ୍ରାମ ହୋଇଥିବାବେଳେ ୧୯୭୧ ମସିହାରେ କୁମାଉଁ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ। ମେ ୧୯୮୪ରେ, ଲେଫ୍ଟନେଣ୍ଟ ପିଏସ ପୁଣ୍ଡିରଙ୍କ ନେତୃତ୍ୱରେ ୧୯ ଜଣ ସୈନିକଙ୍କ ଏକ ଟିମ୍ ଅପରେସନ୍ ମେଘଦୂତ ପାଇଁ ବାହାରିଥିଲେ ।

Advertisment

ଆଉ ମେ ୨୯ରେ, ହିମସ୍ଖଳନ ଯୋଗୁଁ ଏହି ଟିମ ଉପରେ ବରଫ ପାହାଡ ଧସିହୋଇପଡିଥିଲା। ପରେ ଚନ୍ଦ୍ରଶେଖରଙ୍କ ସହ ଅନ୍ୟ ଯବାନମାନଙ୍କୁ ସହିଦ ବୋଲି ଘୋଷଣା କରାଯାଇଥିଲା। ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। କିନ୍ତୁ ଦୀର୍ଘ ୩୮ ବର୍ଷ ପରେ ସହିଦ ଚନ୍ଦ୍ରଶେଖରଙ୍କ ମରଶରୀର ଉଦ୍ଧାର କରାଯିବା ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ତେବେ ଏତେ ଦିନ ପରେ ଶବ ଉଦ୍ଧାର ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

India News Independence Day
Advertisment
Advertisment