• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେସରକାରୀ ସଂସ୍ଥାନରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଛୁଟି ମଞ୍ଜୁରୀ । ବେଳେ ବେଳେ ଆବଶ୍ୟକସ୍ଥଳେ ମଧ୍ୟ ଲୋକଙ୍କୁ ଛୁଟି ମିଳେନି । କିଛି ଲୋକ ତ ଛୁଟି ପାଇଁ ଅଦ୍ଭୁତ ବାହାନା କରନ୍ତି । କାହାର ଅଚାନକ୍‌ ଦେହ ଖରାପ ହୁଏ ତ କାହାର କାହାର ବାଟରେ ଗାଡ଼ି ଖରାପ ହୋଇଯାଏ  । ଆଉ ପୁଣି କିଏ ବର୍ଷା ପାଇଁ  ଘରୁ ବାହାରିବାକୁ ରାଜି ହୁଅନ୍ତି ନାହିଁ । ବର୍ତ୍ତମାନ ସମୟରେ ଏପରି ଏକ ଛୁଟି ଦରଖାସ୍ତ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ଧରି କମ୍ପାନୀ ପକ୍ଷରୁ ଛୁଟି ନମିଳିବା ପରେ ଜଣେ କର୍ମଚାରୀ ଏପରି ଏକ ଛୁଟି ଦରଖାସ୍ତ ଲେଖିଛନ୍ତି, ଯାହା ଦେଖି ଲୋକେ ହସି ହସି ବେଦମ୍‌ ହୋଇଯାଉଛନ୍ତି ।

କର୍ମଚାରୀ ଜଣକ ୨ ମାସ ଛୁଟି ମାଗିଛନ୍ତି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦରଖାସ୍ତରେ ବାଂଲାଦେଶର ଠିକଣା ଲେଖାଯାଇଛି । ବାପା ହେବାକୁ ଚାହୁଁଥିବା ଜଣେ କର୍ମଚାରୀ ବସ୍‌ଙ୍କ ଉଦ୍ଦେଶ୍ୟରେ ଏକ ଛୁଟି ଦରଖାସ୍ତ ଲେଖିଛନ୍ତି । ସେ  ୧-୨ ସପ୍ତାହ ନୁହେଁ ବରଂ ୨ ମାସର ଛୁଟି ମାଗିଛନ୍ତି । ଛୁଟି ଦରଖାସ୍ତରେ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି, ମୋତେ ୬୦ ଦିନ ଛୁଟି ଦରକାର । ତେବେ ସବୁଠାରୁ ମଜାଳିଆ ହେଉଛି ତାଙ୍କର ଲେଖିବାର ଶୈଳୀ । ଛୁଟି ଦରଖାସ୍ତରେ ସେ ଲେଖିଛନ୍ତି , 'Visit Family And Make Baby.' ।

 

ଭାଇରାଲ ହେଉଥିବା ଛୁଟି ଦରଖାସ୍ତ ୨୦୧୭ର ବୋଲି କୁହାଯାଉଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କର୍ମଚାରୀ ଜଣକ ନଭେମ୍ବର ୧୫, ୨୦୧୭ରୁ ଜାନୁୟାରୀ୧୫, ୨୦୧୮ ପର୍ଯ୍ୟନ୍ତ ଅଫିସରୁ ଛୁଟି ମାଗିଥିଲେ । ବ୍ୟକ୍ତି ଜଣକ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସେ ତାଙ୍କ ପରିବାର ସହିତ ବାଂଲାଦେଶର ସିଲହେଟରେ ରହିବେ । ଏହି ଛୁଟି ଦରଖାସ୍ତ ଦେଖି ୟୁଜର ବିଭିନ୍ନ ପ୍ରକାର କମେଣ୍ଟ୍‌ ଦେଉଛନ୍ତି ।