Advertisment

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୫ ଆହ୍ୱାନ

ବିକଶିତ ଭାରତର ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପରିବାରବାଦ ଦୂର ଉପରେ ଦେଲେ ଗୁରୁତ୍ୱ। ସେପଟେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।

author-image
Pramod Behera
undefined

Prime Minister's 5 calls to the countrymen from Lalkilla

ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ବିକଶିତ ଭାରତ ସ୍ୱପ୍ନ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ୨୫ ବର୍ଷରେ ଭାରତ ଏକ ଉନ୍ନତ ଦେଶର ମାନ୍ୟତା ହାସଲ କରିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସେ ୫ଟି ସ୍ତମ୍ଭ ବା ପିଲର ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।

Advertisment

ବିଦେଶୀ ବର୍ଜନ ସାଙ୍ଗକୁ ସ୍ୱଦେଶୀ ଆପଣାଇବାକୁ ବି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣକୁ ଦେଶର ବିକାଶ ରାସ୍ତାରେ ପ୍ରମୁଖ ପ୍ରତିବନ୍ଧକ କହିବା ସହ ପରିବାରବାଦ ଲୋପ ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ୱାଧୀନତାର ୧୦୦ ବର୍ଷ ପୂରଣ ପୂର୍ବରୁ ଦେଶକୁ ସ୍ୱାଧୀନତା ଦେଇଥିବା ମହାନ ସଂଗ୍ରାମୀଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେବା ପରେ ସେଠାରୁ ଲାଲକିଲ୍ଲା ଅଭିମୁଖେ ଆସିଥିଲେ। ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ବେଳେ ଆକାଶରୁ ପୁଷ୍ପ ବର୍ଷା କରିଥିଲେ ବାୟୁସେନାର ହେଲିକର୍‌। ଚଳିତ ବର୍ଷ ଜାତୀୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସ୍ୱତନ୍ତ୍ରତା ଥିଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଓ୍ୱିଜର୍‌ ତୋପ ଡିଆରଡିଓ ଦ୍ୱାରା ନିର୍ମିତ। ହାଓ୍ୱିଜର ଦ୍ୱାରା ଉତ୍ସବରେ ୨୧ ତୋପ ସଲାମୀ ଦିଆଯାଇଥିଲା। ଆଜିର ସମାରୋହରେ ୭ ହଜାରରୁ ଅଧିକ ଅତିଥି ସାମିଲ ହୋଇଥିଲେ। ଉତ୍ସବ ବେଳେ ଲାଲକିଲ୍ଲାକୁ ଘେରି ରହିଥିଲେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ।

Advertisment

ସେହିପରି ଆଜି ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଦେଶର ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ପରେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ମହାତ୍ମା ଗାନ୍ଧୀ ଓ ଜବାହାର ଲାଲ୍‌ ନେହରୁଙ୍କ ଭଳି ମହାନ ନେତାଙ୍କ ବିରୋଧରେ ଐତିହାସିକ ତଥ୍ୟକୁ ବିଦ୍ରୁପ କରି କେନ୍ଦ୍ର ସରକାର ସେମାନଙ୍କ ପ୍ରତି ଅପମାନ କରୁଥିବା ଅଭିଯୋଗ କରିଛନ୍ତି ସୋନିଆ। ନିଜ ରାଜନୈତିକ ସ୍ୱାର୍ଥ ପାଇଁ ସରକାର ଏଭଳି କରୁଛନ୍ତି। ସେହିଭଳି ସ୍ୱାଧିନତା ସଂଗ୍ରାମରେ ଭାରତୀୟ ଯବାନଙ୍କ ବଳିଦାନକୁ ବି କେନ୍ଦ୍ର ସରକାର ଅପମାନ କରୁଥିବା ସୋନିଆ ଅଭିଯୋଗ ଆଣିବା ସହ ଏହାକୁ କଂଗ୍ରେସ ଦୃଢ଼ ବିରୋଧ କରିବ ବୋଲି ଏକ ବିବୃତ୍ତିରେ ଦର୍ଶାଇଛନ୍ତି।

Narendra Modi Azadi Ka Amrit Mahotsav
Advertisment
Advertisment