/odishatv-khabar/media/post_attachments/uploadimage/library/16_9/16_9_0/____1660542478.jpg)
PM Modi Speech On 76th Independence Day
‘ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ପାଇଁ ଦେଶବାସୀଙ୍କ ସମର୍ଥନ ଜରୁରୀ। ଭ୍ରଷ୍ଟାଚାରୀ ଜେଲ୍ ଗଲେ ବି ତାଙ୍କ ପ୍ରତି ଦରଦ ଦେଖାଯାଉଛି। ଏପରି ମାନସିକତା ଠାରୁ ଦୂରେଇ ରହିବା ଦରକାର’। ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ସମ୍ବାଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପରିବାରବାଦ ଆମର ଅନେକ ସଂସ୍ଥାକୁ ନିୟନ୍ତ୍ରଣ କରୁଛି। ପରିବାରବାଦ ଦ୍ୱାରା ଅନେକ ପ୍ରତିଭା ଲୁଚି ଯାଉଛନ୍ତି। ପରିବାରବାଦ ରାଜନୀତି ପରିବାରର ଭଲ ପାଇଁ ଓ ଦେଶ ପାଇଁ ନୁହେଁ। ତେଣୁ ପରିବାରବାଦ ମାନସିକତାରୁ ଦୂରେଇ ରୁହନ୍ତୁ’।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେଶରେ ମୋ ସରକାର ନଥିଲା। ତଥାପି ମୁଖ୍ୟମନ୍ତ୍ରୀ ଥିବା ଦିନଠୁ ଦେଶର ବିକାଶ ଚିନ୍ତା କରିଥିଲି। ଆଗାମୀ ୨୫ ବର୍ଷରେ ୨ଟି ବିଷୟ ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ। ଭ୍ରଷ୍ଟାଚାର ଓ ପରିବାରବାଦ ଠାରୁ ଆମକୁ ଦୂରେଇ ରହିବାକୁ ହେବ। ପୂର୍ବ ସରକାରରେ ଲୁଟେରାଙ୍କ ସମ୍ପତ୍ତି ଜବତ ଆରମ୍ଭ ହୋଇଛି।’
‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି। ସବ୍ କା ପ୍ରୟାସ ଓ ଟିମ୍ ଇଣ୍ଡିଆ ମନୋଭାବ ନେଇ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)