• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ବ୍ୟାଙ୍କ୍‌ ଦୌଡ଼ିବାକୁ ପଡ଼ିବନି । ସାଧାରଣ ଲୋକଙ୍କ ସୁବିଧା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (Door Step Banking Services) ଉପରେ ଗୁରୁତ୍ୱ ଦେଉଛି । କୋଭିଡ -19 ସମୟରେ ଲୋକେ ଘରୁ ବାହାରି ପାରୁନଥିବାରୁ ପ୍ରଥମେ ଏହି ସେବା ଆରମ୍ଭ ହୋଇଥିଲା । ତେବେ ଏହି ସେବା ଦ୍ୱାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, KYC ପଞ୍ଜୀକରଣ କରିଥିବା ଆକାଉଣ୍ଟଧାରୀ ଏବଂ ନିଜ ଘରର ଶାଖାର ପାଞ୍ଚ କିଲୋମିଟର ମଧ୍ୟରେ ରହୁଥିବା ଅନ୍ୟ ସମସ୍ତ ଏସବିଆଇ ଗ୍ରାହକ ଉପକୃତ ହୋଇପାରିବେ ।

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଟ୍ୱିଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛି । ଦିବ୍ୟାଙ୍ଗ ଗ୍ରାହକମାନେ ତିନିଥର ମାଗଣାରେ ଘରେ ବ୍ୟାଙ୍କ ସେବା ପାଇପାରିବେ  । ବ୍ୟାଙ୍କର ଅପଡେଟ ଟ୍ୱିଟରେ ଲେଖାଯାଇଛି , ' ଆପଣଙ୍କ ଘର ସାମ୍ନାରେ ଏସବିଆଇ । ଭିନ୍ନକ୍ଷମ ଗ୍ରାହକଙ୍କୁ ଏକ ମାସରେ ମାଗଣାରେ ତିନିଥର 'ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା' ପ୍ରଦାନ କରାଯିବ । ଏହା ଏସବିଆଇ ସହିତ ଏକ ଭିଡିଓ ପୋଷ୍ଟ କରିଛି,ଯେଉଁଥିରେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

 

SBI (Door Step Banking Services) କିପରି ପଞ୍ଜୀକରଣ କରିବେ ?

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନେ ଟୋଲ୍ ଫ୍ରି ନମ୍ବରକୁ କଲ କରି Door Step Banking Services ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ। ବ୍ୟାଙ୍କ ଏଥିପାଇଁ ଦୁଇଟି ଟୋଲ୍ ଫ୍ରି ନମ୍ବର 18001037188 ଏବଂ 18001213721 ଜାରି କରିଛି ।

ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବାରେ କେଉଁ ସୁବିଧା ମିଳିବ ?

କ୍ୟାସ୍‌ ପିକଅପ୍

କ୍ୟାସ୍‌ ଡେଲିଭରୀ

ଚେକ୍‌ ପିକଅପ୍

ଡ୍ରାଫ୍ଟ ବିତରଣ

ଟର୍ମ ଜମାର ଡେଲିଭରୀ

ଲାଇଫ୍‌ ସାର୍ଟିଫିକେଟ୍ ପିକଅପ୍

KYC ଡକ୍ୟୁମେଣ୍ଟ୍ ପିକଅପ୍

ହୋମ୍‌ ବ୍ରାଞ୍ଚ ପଞ୍ଜିକରଣ