• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର ଛାତ ଉପରେ ଜାତୀୟ ପତାକା ଉତ୍ତୋଳନ ବେଳେ ବଡ଼ ଅଘଟଣ । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ରାଞ୍ଚିର ବୋରିଆରେ ଏହି ଅଘଟଣ ଘଟିଛି । ​​ ଉତ୍ତୋଳନ ପରେ ଟିକିଏ ଢ଼ଳି ପଡ଼ିଥିବା ଜାତୀୟ ପତାକାକୁ ସିଧା କରିବା ସମୟରେ ତିନି ଜଣଙ୍କୁ କରେଣ୍ଟ୍‌ ଲାଗିଥିଲା । ଫଳରେ ଜଣେ ଭାଇ ଓ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏପଟେ ତିନି ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।

ହର ଘର ତ୍ରିରଙ୍ଗା ଅଭିଯାନରେ ଆଜି ଦେଶରେ ଘରେ ଘରେ ପତାକା ଉତ୍ତୋଳନ କରାଯାଇଛି । ମୃତକଙ୍କ ପରିବାର ଲୋକ ମଧ୍ୟ ପତାକା ଉତ୍ତୋଳନ କରିଥିଲେ । ହେଲେ ସାମାନ୍ୟ ଢ଼ଳି ପଡ଼ିବା ପରେ ଭାଇ ବିନୀତ ଝା (୨୩), ଭଉଣୀ ପୂଜା କୁମାରୀ (୨୫) ଏବଂ ତାଙ୍କ କକା ଝିଅ ଭଉଣି ଆରତୀ କୁମାରୀ ( ୨୬ ) ପତାକା ଠିକ୍‌ କରିବା ସମୟରେ ଘଟିଲା ଅଘଟଣ ।

ଛାତର ଷ୍ଟିଲ ରେଲିଂ ନିକଟ ଦେଇ ଯାଇଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିଥିଲେ ବିନିତ । ଭାଇ ବିନିତକୁ ବଞ୍ଚାଇବା ପାଇଁ ଦଉଡ଼ିଥିଲେ ଦୁଇ ଭଉଣୀ । ହେଲେ ଭାଇକୁ ବଞ୍ଚାଇବାକୁ ଯାଇ ଦୁଇ ଭଉଣୀ ଗୁରୁତର ହୋଇପଡ଼ିଥିଲେ । ଆଉ ବିନିତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ଗୁରୁତର ପୂଜା ଓ ଆରତୀଙ୍କୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ଡାକ୍ତର ଦୁଇ ଭଉଣୀଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ ।