ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।
ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।
ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।
ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ ।
ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, ତାହା କାମରେ ଆସି ନଥିଲା । ତେଣୁ ଦିଲ୍ଲୀରୁ ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଥିଲା ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇପ୍ ମାଧ୍ୟମରେ କରାଯିବ ଉଦ୍ଧାର । ପାଇପ୍ ଯୋଗେ ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା ରଖାଯାଇଛି ।
କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚଅପରେସନ୍ କରିଥିଲେ ।
ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର ।
ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଦେଖାଇବ ଜଲୱା ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍ ପକ୍ଷରୁ କୁହାଯାଇଥିଲା ।
ବିଶ୍ୱକପରେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ ନେଇଛନ୍ତି ମହମ୍ମଦ ସାମି । ମାତ୍ର ୫୭ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ ଶାମୀ । ଗତକାଲି ୱାଙ୍ଖଡେରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା ।
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଇତିହାସ ରଚି ସାରିଛନ୍ତି ବିରାଟ କୋହଲି । ୱାଙ୍ଖେଡେରେ ୫୦ତମ ଶତକ ହାସଲ କରିଛନ୍ତି କିଙ୍ଗ ।
ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।
ନିର୍ମାଣାଧୀନ ଏଇ ଟନେଲରେ ମାଟି ଧସି ଶ୍ରମିକ ଫସିବା ପରଠୁ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।
କିଛି ଦିନର ଅସୁସ୍ଥତା ପରେ ମୁମ୍ବାଇ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସୁବ୍ରତ ରାୟ । ଆଉ ତା’ ସହିତ ପୁଣି ଆଶଙ୍କା ଭିତରେକୁ ଠେଲି ହୋଇଯାଇଛନ୍ତି କୋଟି କୋଟି ଜମାକାରୀ ।
ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅପରାଜେୟ ଭାରତ, ବେଲଗାମ କୋହଲି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ ।
ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ପରଲୋକରେ ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି...
ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ ।
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..