Advertisment

ଭାରତ ମହାସାଗରରେ ପଶିଲା ଚୀନ୍‌ର ଗୁପ୍ତଚର ଜାହାଜ

ମିଳିଥିବା ସୂଚନା ଅନୁସାରେ ଏହି ଜାହାଜ ଭାରତ ମହାସାଗରର ମଧ୍ୟ ଭାଗରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମା ଉପରେ ଅଛି ଏବଂ ଲଗାତର ଭାବେ ଏହା ଶ୍ରୀଲଙ୍କା ଆଡ଼କୁ ଗତି କରୁଛି । ୨୦୧୯ରୁ ପ୍ରାୟ ୪୮ ଚୀନ୍ ବୈଜ୍ଞାନିକ ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ନିୟୋଜିତ ହୋଇଛି ।

author-image
Otv Khabar Bureau
Chinese Vessel

Chinese Vessel

ସାରା ବିଶ୍ୱରେ ଅନୁପ୍ରବେଶ ଓ ଗୁପ୍ତ ତଥ୍ୟ ହାସଲ ପାଇଁ ଜଣାଶୁଣା ଚୀନ୍। ଏହି ପ୍ରକୃତିରୁ ଏବେ ବି ନିବୃତ୍ତ ନୁହେଁ ଚୀନ୍ । ଏବେ ଭାରତ ମହାସାଗରରେ ପ୍ରବେଶ କରିଛି ଚୀନ୍ । ଶ୍ରୀଲଙ୍କା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚୀନ୍‌ର ଶକ୍ତିଶାଳୀ ଗୁପ୍ତଚର ଜାହାଜ ସି ୟାନ୍ ୬ ଭାରତ ମହାସାଗରରେ ପ୍ରବେଶ କରି ଭାରତ ଆଡ଼କୁ ଅଗ୍ରସର ହେଉଛି ।

Advertisment

ମିଳିଥିବା ସୂଚନା ଅନୁସାରେ ଏହି ଜାହାଜ ଭାରତ ମହାସାଗରର ମଧ୍ୟ ଭାଗରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମା ଉପରେ ଅଛି ଏବଂ ଲଗାତର ଭାବେ ଏହା ଶ୍ରୀଲଙ୍କା ଆଡ଼କୁ ଗତି କରୁଛି । ୨୦୧୯ରୁ ପ୍ରାୟ ୪୮ ଚୀନ୍ ବୈଜ୍ଞାନିକ ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ନିୟୋଜିତ ହୋଇଛି ।

ସି ୟାନ୍ ୬ ହେଉଛି ଚୀନ୍‌ର ଗୁପ୍ତଚର ଜାହାଜ । ଏହି ଜାହାଜ ଜାତୀୟ ଜଳ ସମ୍ପଦ ଅନୁସନ୍ଧାନ ଏବଂ ବିକାଶ ଏଜେନ୍ସି ସହ ମିଶି ଅନୁସନ୍ଧାନ କରିଥାଏ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ଚୀନ୍‌ର ଏକ ଗୁପ୍ତଚର ଜାହାଜ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହି ଗୁପ୍ତଚର ଜାହାଜଟି ୨୦୨୨ ମସିହାରେ ପୂର୍ବ ଭାରତ ମହାସାଗରରେ ପ୍ରଥମ ଯାତ୍ରା କରିଥିଲା । ଗତ ବର୍ଷ ଅକ୍ଟୋବରରେ କଲମ୍ବୋ ବନ୍ଦରରେ ଏହି ଚୀନ୍ ଗୁପ୍ତଚର ଜାହାଜକୁ ଡକ୍ କରିବାକୁ ଶ୍ରୀଲଙ୍କାର ରାନିଲ୍ ବିକ୍ରମସିଂଘେଙ୍କ ସରକାର ଅନୁମତି ଦେଇଥିଲେ ।

Advertisment

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ମଙ୍ଗଳବାର କହିଛନ୍ତି ଯେ ଭାରତୀୟ ସୁରକ୍ଷା ଦୃଷ୍ଟିରୁ କଲମ୍ବୋ ଚୀନ୍ ଜାହାଜ ସି ୟାନ୍ ୬କୁ ଶ୍ରୀଲଙ୍କା ନିକଟକୁ ଯିବାକୁ ଅନୁମତି ଦେଇନାହିଁ । ସେ କହିଛନ୍ତି ଯେ ଶ୍ରୀଲଙ୍କା ପାଇଁ ଭାରତୀୟ ସୁରକ୍ଷା ଚିନ୍ତା ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ସେ ଆହୁରି କହିଛନ୍ତି ଯେ ଆଲୋଚନା ଚାଲିଛି ଏବଂ ଯଦି ଜାହାଜ ଶ୍ରୀଲଙ୍କାର ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁସରଣ କରେ, ତେବେ ଏଥିରେ କୌଣସି ଅସୁବିଧା ହେବ ନାହିଁ।

ସୂଚନାଯୋଗ୍ୟ ଯେ ଏକ ମାସ ପୂର୍ବରୁ ଆମେରିକାର ଥିଙ୍କ ଟ୍ୟାଙ୍କକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମେସିଂଘେ କହିଥିଲେ କି ଶ୍ରୀଲଙ୍କାରେ କୌଣସି ଚୀନ୍‌ର ଗୁପ୍ତଚର ଜାହାଜ ନାହିଁ । ଯଦି କେଣସି ଜାହାଜ ଶ୍ରୀଲଙ୍କା ଦ୍ୱାରା ନିର୍ମିତ SOP ଅନୁସରଣ କରେ ତେବେ ଡକିଂ ପାଇଁ ଅନୁମତି ଦେବାରେ କୌଣସି ଅସୁବିଧା ହେବ ନାହିଁ । ଏହାପୂର୍ବରୁ ଗତ ବର୍ଷ ମଧ୍ୟ ଚୀନ୍‌ର ଗୁପ୍ତଚର ଜାହାଜ ୟାଙ୍ଗ ୱାଙ୍ଗ -୫ ଭାରତ ମହାସାଗର ଅଞ୍ଚଳକୁ ଆସିଥିଲା ।

India China Indian Ocean
Advertisment
Advertisment