Advertisment

Viral Video: ଅଡି କାର୍‌ରେ ଆସି ରାସ୍ତାକଡ଼ରେ ଶାଗ ବିକ୍ରି କରୁଛନ୍ତି ଏହି ଚାଷୀ...

ଅଡି କାର୍‌ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Farmer Takes An Audi To Sell Vegetables At Roadside Market

Farmer Takes An Audi To Sell Vegetables At Roadside Market

ଅଡି କାର୍‌ (Audi Car)ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଯେକେହିବି ଏହି କଥା ଶୁଣିବେ କେହିବି ଏହା ବିଶ୍ୱାସ କରିବେ ନାହିଁ। କଥାଟା ଶୁଣିକି ଅଜବ ଲାଗିଲେ ମଧ୍ୟ ଘଟଣାଟି ସତ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। ଚାଷୀ ଜଣକ ଅଡି କାର୍‌ରେ ଆସି ରାସ୍ତାକଡ଼ରେ ଶାଗ ବିକ୍ରି କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, କେରଳର ଚାଷୀ ସୁଜିତ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଯିଏକି ଇନଷ୍ଟାଗ୍ରାମରେ 'Variety Farmer' ୟୁଜର ଭାବେ ସମସ୍ତେ ଜାଣନ୍ତି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍‌ ରଙ୍ଗର ଶାଗ ବିକ୍ରି କରିବା ପାଇଁ ନିଜର ଲକ୍‌ଜୁରୀ କାର୍‌ରେ ସୁଜିତ ବଜାର ଆସୁଛନ୍ତି। ବଜାରରେ ପହଞ୍ଚିବା ପରେ ସେ ଜୋତା ଓହ୍ଲାଇ ଶାଗ ଆଣି ଏହାକୁ ବିକ୍ରି କରୁଛନ୍ତି।

Advertisment

ଭିଡିଓ ଶେୟାର କରି ସୁଜିତ କ୍ୟାପସନରେ ଲେଖିଛନ୍ତି, ‘ଅଡି କାର୍‌ରେ ଆସିଲି ଓ ଶାଗ ବିକ୍ରି କରିଲି’। ସୁଜିତଙ୍କ ଇନଷ୍ଟାଗ୍ରାମ ବାୟୋ ଅନୁସାରେ, ସେ ୧୦ ବର୍ଷ ପୂର୍ବେ ଚାଷ କାମ ଆରମ୍ଭ କରିଥିଲେ। ସୋସିଆଲ୍‌ ମିଡିଆରେ ସେ ବେଶ୍‌ ଜଣାଶୁଣା। ତାଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଚାଷ ଓ ଚାଷୀଙ୍କ ସମ୍ପର୍କିତ ଅନେକ ଭିଡିଓ ଅପଲୋଡ୍‌ ହୋଇଛି।

Viral Video
Advertisment
Advertisment