• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୬ ବର୍ଷର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମେଜର ଓ ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରିଛି । ନାବାଳିକା ଜଣଙ୍କ ତାଙ୍କ ଘରେ କାମ କରୁଥିଲେ । ଆଉ ସେହି ନାବାଳିକାଙ୍କୁ ସେ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେବା ସହ ମାନସିକ ନିର୍ଯାତନା ବି ଦେଉଥିଲେ । ଏମିତିକି ତାଙ୍କୁ ଡଷ୍ଟବିନ୍‌ରୁ ଖାଦ୍ୟ କାଢ଼ି ଖାଇବାକୁ କହୁଥିଲେ ମେଜରଙ୍କ ପତ୍ନୀ । ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।

ନାବାଳିକା ଦେହରେ ପୋଡ଼ା ଚିହ୍ନ ରହିଥିବା ପୋଲିସ ଦେଖିବାକୁ ପାଇଥିଲା । ତାଙ୍କ ଶରୀରର ବିଭନ୍ନ ସ୍ଥାନରେ କ୍ଷତ ଚିହ୍ନ ବି ରହିଥିଲା । ତେବେ ଏହି ପୁରା ଘଟଣା ନେଇ ଦିମା ହସାଓର ଏସ୍‌ପି ମୟଙ୍କ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି । ଏହି ଘଟଣା ଆସାମର ହସାଓ ଜିଲ୍ଲାରୁ ଆସିଛି । ଏସ୍‌ପି କହିଛନ୍ତି ରବିବାର ତାଙ୍କୁ ଏନେଇ ଖବର ଆସିଥିଲା । ପାଖାପାଖି ୬ ମାସ ଧରି ମେଜର ଓ ତାଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏମିତିକି ତାଙ୍କୁ ଖାଇବାକୁ ବି ଦେଉନଥିଲେ ।

ନାବାଳିକା ଜଣ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବିବସ୍ତ୍ର କରି, ଶରୀରରୁ ରକ୍ତ ବାହାରିବା ପର୍ଯ୍ୟନ୍ତ ନିର୍ଧୁମ ପିଟିଛନ୍ତି ମେଜର ଓ ତାଙ୍କ ପତ୍ନୀ । ଖାଲି ସେତିକି ନୁହେଁ, ନାବାଳିକାଙ୍କୁ ତାଙ୍କ ନିଜ ରକ୍ତ ଚାଟିବାକୁ ମଧ୍ୟ ଦମ୍ପତ୍ତି ବାଧ୍ୟ କରିଛନ୍ତି । ଅନ୍ୟପଟେ ମେଜର ଓ ତାଙ୍କ ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ, ସେ କହିଛନ୍ତି ନାବାଳିକା ଜଣଙ୍କ ଦେହରେ ଯେଉଁ କ୍ଷତ ଚିହ୍ନ ରହିଛି ତାହା ସିଡ଼ିରୁ ପଡ଼ିବା ଫଳରେ ହୋଇଛି ।

ତେବେ ପୋଲିସର କହିବାନୁଯାୟୀ, ଉକ୍ତ ମେଜର ଓ ତାଙ୍କ ଦମ୍ପତିଙ୍କ ବିରୋଧରେ ଆଟ୍ରୋସିଟ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହ ନାବାଳିକାଙ୍କୁ ଯୌନ ଉତ୍ପିଡ଼ନ ଦେବା ଅଭିଯୋରେ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରାଯାଇଛି । ପ୍ରଥମିକ ତଦନ୍ତରୁ ବିଭିନ୍ନ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।