/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695877266.jpg)
Asian Games
ଏସିଆନ୍ ଗେମସ ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି । ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ । ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ ପଦକ ଜିତିଛନ୍ତି । ସେହିପରି ଉସୁରେ ଭାରତକୁ ରୌପ୍ୟ ପଦକ ମିଳିଛି । ଉସୁ ୬୦ କେଜି ବିଭାଗରେ ରୋସିବିନା ଦେବୀ ନାଓରେମ ରୌପ୍ୟ ପଦକ ଜିତିଛନ୍ତି । ୬ ସ୍ୱର୍ଣ୍ଣ, ୮ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୪ ପଦକ ମିଳିଛି ।
Advertisment
ଏହା ପୂର୍ବରୁ ଚତୁର୍ଥ ଦିନରେ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ। ମହିଳା ସୁଟିଂରେ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ସୁଟର ସିପ୍ତ କୌର ସାମ୍ରା । ଏସୀୟ କ୍ରୀଡ଼ା ରେକର୍ଡ ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି । ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)