Advertisment

ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଲେ ଯାତ୍ରୀ...

ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ।

author-image
Rajalaxmi Sahoo
An EMU train coming from Shakur Basti derailed and climbed the platform at Mathura Junction

An EMU train coming from Shakur Basti derailed and climbed the platform at Mathura Junction

ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ। ଏଥିରେ ଜଣେ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ମଥୁରା ଜଙ୍କସନରେ ଏହି ଟ୍ରେନ୍‌ ଦୁର୍ଘଟଣା ଘଟିଛି। 

Advertisment

ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ୨ ନମ୍ବର ପ୍ଲାଟ୍‌ଫର୍ମରେ ଶକୁରବସ୍ତି-ମଥୁରା ଇମଏମ୍‌ୟୁ ଟ୍ରେନ୍‌ (EMU train) ସ୍ପିଡ୍‌ରେ ଆସି ହଠାତ୍‌ ଚଢ଼ି ଯାଇଥିଲା। ଘଟଣାକୁ ନେଇ ତଦନ୍ତ ଚାଲିଛି।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ଶକୁରବସ୍ତିରୁ ଛାଡ଼ିଥିବା ଏହି ଟ୍ରେନ୍‌ ମଥୁରା ଜଙ୍କସନରେ ଯାତ୍ରୀଙ୍କୁ ଓହ୍ଲାଇବା ବେଳେ ୨ ନମ୍ବର ପ୍ଲାଟ୍‌ଫର୍ମରେ ହଠାତ୍‌ ଆସି ଚଢ଼ିଯିବା ଦେଖିବାକୁ ମିଳିଥିଲା। ପରେ ପ୍ଲାଟ୍‌ଫର୍ମରୁ ଟ୍ରେନ୍‌କୁ ହଟା ଯାଇଥିଲା।

Advertisment

ଘଟଣାକୁ ନେଇ ମଥୁରା ଷ୍ଟେସନ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଦୁର୍ଘଟଣା ପୂର୍ବରୁ ସମସ୍ତ ଯାତ୍ରୀ ଟେନ୍‌ରୁ ଓହ୍ଲାଇ ସାରିଥିଲେ। ପ୍ରକୃତରେ କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ସେନେଇ ତଦନ୍ତ ଚାଲିଛି।

Train Accident
Advertisment
Advertisment