Advertisment

ଜାତିସଂଘ ବୈଠକରେ କାନାଡ଼ାକୁ ଜୟଶଙ୍କରଙ୍କ କଡ଼ା ଯବାବ

କାନାଡ଼ା ସହ କୁଟନୈତିକ ବିବାଦ ପରିପ୍ରେକ୍ଷୀରେ ଆଜି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏଭଳି କହି କାନାଡ଼ା ଉଦ୍ଦେଶ୍ୟରେ କଡ଼ା ଜବାବ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

author-image
Satyendu Shekher Mishra
S jaishankar

S jaishankar

ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ଆତଙ୍କବାଦ ଓ ଉଗ୍ରବାଦ ପ୍ରସଙ୍ଗରେ ରାଜନୈତିକ ସୁବିଧାବାଦରୁ ଦୂରେଇ ରୁହନ୍ତୁ। କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ରାଷ୍ଟ୍ର ହସ୍ତକ୍ଷେପ ନକରୁନ୍ତୁ। କାନାଡ଼ା ସହ କୁଟନୈତିକ ବିବାଦ ପରିପ୍ରେକ୍ଷୀରେ ଆଜି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏଭଳି କହି କାନାଡ଼ା ଉଦ୍ଦେଶ୍ୟରେ କଡ଼ା ଜବାବ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

Advertisment

ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦର ୭୮ତମ ବୈଠକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ଯେ ଆଗରୁ କିଛି ଦେଶ ଏଜେଣ୍ଡା ପ୍ରସ୍ତୁତ କରୁଥିଲେ ଏବଂ ସେମାନେ ପ୍ରସ୍ତୁତ କରିଥିବା ନିୟମ ଆଧାରରେ ଅନ୍ୟମାନେ ଚାଲିବା ସହ ଏହାକୁ ଅନୁସରଣ କରୁଥିଲେ।

ତେବେ ବର୍ତ୍ତମାନ ସେ ଯୁଗ ଶେଷ ହେଲାଣି ବୋଲି କହିଛନ୍ତି ଜୟଶଙ୍କର। ଗଲା କିଛି ଦିନ ଧରି ଖଲିସ୍ଥାନୀ ଉଗ୍ରବାଦୀ ହରଦୀପ ସିଂ ନିଜରର ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ କୁଟନୈତିକ ସମ୍ପର୍କରେ ତିକ୍ତତା ଆସିଛି। କାନାଡ଼ାର ନାଗରିକତ୍ୱ ନେଇଥିବା ହରଦୀପର ହତ୍ୟା ପାଇଁ କାନାଡ଼ା ନୂଆଦିଲ୍ଲୀକୁ ଦାୟୀ କରି ଆସୁଥିବା ବେଳେ ଭାରତ ଏହାକୁ ଅବାନ୍ତର ଦାବି କରି ଖଣ୍ଡନ କରି ଆସୁଛି।

Advertisment

ଏପଟେ ଚୀନ ସହ ସୀମା ବିବାଦକୁ ନେଇ ମଧ୍ୟ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଲାଗି ରହିବାରୁ ଉଭୟ ଦେଶକୁ ଟାର୍ଗେଟ୍ କରି ଜୟଶଙ୍କର ଏଭଳି କଡ଼ା ବକ୍ତବ୍ୟ ରଖିଥିବା କୁହାଯାଉଛି।

Canada PM
Advertisment
Advertisment