/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695987812.jpg)
Menaka Gandhi
ବିଜେପି ସାଂସଦ ମେନକା ଗାନ୍ଧି ନିକଟରେ ଇସ୍କନ୍ ବିରୋଧରେ ଏକ ବଡ଼ ଅଭିଯୋଗ କରିଥିଲେ। ଇସ୍କନ ନିଜ ଗୋଶାଳାରୁ ଗାଈଙ୍କୁ କଂସେଇମାନଙ୍କୁ ବିକ୍ରି କରୁଛି ବୋଲି କହିଥିଲେ ମେନକା । ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ୧୦୦ କୋଟି ଟଙ୍କାର ମାନହାନୀ କେସ୍ କରିଛି ଇସ୍କନ୍। ମେନକା ଗାନ୍ଧିଙ୍କ ମନ୍ତବ୍ୟ ଭକ୍ତ ଓ ଶୁଭେଚ୍ଛୁମାନଙ୍କୁ ଆଘାତ ଦେଇଛି ବୋଲି ଇସ୍କନ୍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ । ଏଥିପାଇଁ ସରକାରଙ୍କଠାରୁ ଜମି ନେଇଥାଏ ଏବଂ ସେଥିରୁ ବହୁତ ଲାଭ ମଧ୍ୟ ପାଇଥାଏ। ଇସ୍କନ୍ ଯେତିକି ଗାଈ ବିକ୍ରି କରୁଛି ସେତିକି ଆଉ କେହି କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ମେନକା ଗାନ୍ଧି।
ତେବେ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ୍ ବୋଲି ଇସ୍କନ୍ ପକ୍ଷରୁ କୁହାଯାଇଛି । ଏଭଳି ଭିତ୍ତିହୀନ ମନ୍ତବ୍ୟ ପାଇଁ ମେନକା ଗାନ୍ଧି ବିରୋଧରେ ୧୦୦ କୋଟି ଟଙ୍କା ମାନହାନୀ ନୋଟିସ୍ ପଠାଇଛି ଇସ୍କନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)