• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁମାର ବିଶ୍ୱଙ୍କର ଦୁଇ ଝିଅ, କୁହୁ ଏବଂ ଆଗ୍ରାତା । ନିକଟରେ କୁମାର ବିଶ୍ୱସ ତାଙ୍କ ସାନ ଝିଅ କୁହୁଙ୍କ ଗ୍ରାଜୁଏଟ୍‌ ହେବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା କି ଖୁବ୍ ଭାଇରାଲ ହୋଇଛି ।

କୁହୁ ଲଣ୍ଡନର କିଙ୍ଗସ କଲେଜରୁ ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିଛନ୍ତି। ସେ ଏଠାରୁ ବିଏସ୍‌ସି ସାଇକୋଲୋଜିରେ ଫାଷ୍ଟ କ୍ଲାସ୍‌ ପାଇ ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିଛନ୍ତି । କୁମାର ବିଶ୍ୱାସ କୁହୁଙ୍କର ଏକ ଫଟୋ ପୋଷ୍ଟ କରି ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଘରର ସବୁଠାରୁ ପ୍ରିୟ ସନ୍ତାନ କୁହୁ, ବିଶ୍ୱର ସର୍ବ ପୁରାତନ ତଥା ପ୍ରତିଷ୍ଠିତ ପ୍ରତିଷ୍ଠାନ କିଙ୍ଗସ କଲେଜରୁ ସାଇକୋଲୋଜିରେ ବିଏସ୍‌ସି ଡିଗ୍ରୀ ହାସଲ କରିଛନ୍ତି । ତାହା ପୁଣି ଫାଷ୍ଟ କ୍ଲାସ୍‌ ମାର୍କରେ । ମାତା ଶାରଦାଙ୍କୁ ଅନୁରୋଧ କରୁଛି କି, କୁହୁଙ୍କୁ ଭଲ ବୁଦ୍ଧି ଓ ଜ୍ଞାନ ପ୍ରଦାନ କରନ୍ତୁ । ତାଙ୍କୁ ବିଶ୍ୱର ମାନବ କଲ୍ୟାଣ ପାଇଁ ସେ କାମ କରନ୍ତୁ ।

କୁମାର ବିଶ୍ୱଙ୍କର ବଡ଼ ଝିଅ ଆଗ୍ରାତା ମଧ୍ୟ ଇଂଲଣ୍ଡରୁ ଅଧ୍ୟୟନ କରିଛନ୍ତି । ତାଙ୍କର ସ୍କୁଲିଂ ଗାଜିଆବାଦର ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ସେ ଶେଷ କରିଛନ୍ତି । ଏହା ପରେ, ସେ ୱାର୍ ୱିକ୍ ୟୁନିଭରସିଟି - ୱାର୍‌ ୱିକ୍ ବିଜନେସ୍ ସ୍କୁଲ୍, ଇଂଲଣ୍ଡରୁ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟରେ ବିଏସ୍‌ସି ପାସ୍‌ କରିଛନ୍ତି । ଖାଲି ସେତିକି ନୁହେଁ ସେ ନଟିଂହାମ ଟ୍ରେଣ୍ଟ ୟୁନିଭରସିଟିରୁ ଫ୍ୟାଶନ ମାର୍କେଟିଂରେ ମାଷ୍ଟର ଅଫ୍ ଆର୍ଟସ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

କୁମାରଙ୍କ ଦୁଇ ଜଣ ଯାକ ଝିଅ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ସକ୍ରିୟ । ସେ ପ୍ରାୟତଃ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଈନଷ୍ଟାଗ୍ରାମରେ ଆଗ୍ରାତାଙ୍କର ୭୪ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ଡିଜିଟାଲ୍ ଖଡ଼କି ନାମକ ଏକ କମ୍ପାନୀର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।