• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଆ । ଏହି ନାଁ ଟା ଯୁବ ପିଢ଼ିଙ୍କ ମନକୁ ଆସିବା ମାତ୍ରେ, ସମସ୍ତଙ୍କ ଆଖି ଆଗରେ ନାଚି ଉଠେ ଏଠାକାର ସୁନ୍ଦର ବେଳାଭୂମି । ଆଉ ତା ସାଙ୍ଗକୁ ଏହି ବେଳାଭୂମିରେ ଚାଲିଥିବା ନାଚ ଗୀତ ଆଉ ୱାର୍ଟର ସ୍ପୋର୍ଟସ । ତେବେ ଆଉ କିଛି ପର୍ଯ୍ୟଟକଙ୍କ ମନକୁ ଆସେ ମଦ୍ୟପାନ । କାରଣ ଗୋଆରେ ସବୁଠାରୁ ଶସ୍ତାରେ ମିଳେ ମଦ । ତେଣୁ ଅନେକ ପର୍ଯ୍ୟଟକ ଏହି କାରଣରୁ ମଧ୍ୟ ଗୋଆ ଆସିଥାନ୍ତି । 

କିନ୍ତୁ ପାଠକବନ୍ଧୁ ଜାଣି ଚକିତ ହେବେ ଯେ, ଏହି ମଦର ଦାମ୍ କର୍ଣ୍ଣାଟକରେ ଆକାଶ ଛୁଆଁ। କର୍ଣ୍ଣାଟକରେ ମଦ ରେଟ୍‌ ସବୁଠାରୁ ଅଧିକ ଥିବା ବେଳେ ଗୋଆରେ ସବୁଠାରୁ କମ୍‌ ରହିଥାଏ ।

ହେଲେ କ’ଣ ପାଇଁ ?

ବାସ୍ତବରେ ଗୋଆ ସରକାର ମଦ ଉପରେ ସବୁଠାରୁ କମ ଟିକସ ଲାଗୁ କରିଥାନ୍ତି । ଯେଉଁ କାରଣରୁ ଏଠାରେ ମଦ ସାରା ଦେଶ ମଧ୍ୟରୁ ସବୁଠୁ ଶସ୍ତା । ଏକ ଅନୁଶିଳନ ଅନୁଯାୟୀ, ଗୋଟିଏ ବୋତଲ ସ୍ପିରିଟ୍‌, ହ୍ୱିସ୍କି, ରମ୍‌, ଭୋଡ଼କା, ଜିନ୍‌ର ମୂଲ୍ୟ ଗୋଆରେ ୧୦୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହାର ମୂଲ୍ୟ ୧୩୪ ଟଙ୍କା ରହିଛି । ଆଉ କର୍ଣ୍ଣାଟକରେ ଏହାର ଦାମ ୫୧୩ ଟଙ୍କା ରହିଛି ।

ଗୋଆକୁ ଅଧିକ ମାତ୍ରାରେ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ତଥା ପର୍ଯ୍ୟଟକଙ୍କ ପାଇଁ ଗୋଆ ସରକାର ସବୁବେଳେ ତତ୍ପର ଥାନ୍ତି । ତେଣୁ ଗୋଆରେ ବିଭିନ୍ନ କ୍ଷେତ୍ରରେ ଟିକସ କମ ରହିଥାଏ । ଯେଉଁ ସବୁ କ୍ଷେତ୍ରରେ ଗୋଆ ସରକାର କମ୍ ଟିକସ ଲାଗୁ କରିଥାନ୍ତି, ସେହି ସବୁ କ୍ଷେତ୍ରରୁ ତାଙ୍କର ଭଲ ରାଜସ୍ୱ ମଧ୍ୟ ଆଦାୟ ହୋଇଥାଏ । ଯେମିତିକି ପ୍ରପର୍ଟି କିଣାବିକାରେ ଗୋଆ ସରକାର କମ୍‌ ଟିକସ ଲାଗୁ କରିଥାନ୍ତି । 

ସାଧାରଣତଃ ଗୋଆରେ ସ୍ଥାନୀୟ ସରକାର ମଦ ଉପରେ ୪୯ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ କର୍ଣ୍ଣାଟକରେ ୮୩ ପ୍ରତିଶତ ଟାକ୍ସ ଲାଗୁ କରାଯାଇଥାଏ । ସେହିଭଳି ତେଲେଙ୍ଗାନା ସରକାର ମଦ ଉପରେ ୬୮ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ ମହାରାଷ୍ଟ୍ରରେ ସରକାର ୭୧ ପ୍ରତିଶତ ଟିକସ ଆଦାୟ କରିଥାନ୍ତି । ଅନ୍ୟ ରାଜ୍ୟ ଆମାନଙ୍କ ମଧ୍ୟରେ ରାଜସ୍ଥାନରେ ୬୯ ପ୍ରତିଶତ ଟିକଟ ଲାଗୁ କରାଯାଇଥାଏ, ୟୁପିରେ ୬୬ ପ୍ରତିଶତ, ହରିୟାଣାରେ ୪୭ ଓ ଦିଲ୍ଲୀରେ ୬୨ ପ୍ରତିଶତ ଲାଗୁ କରାଯାଇଥାଏ । ତେବେ ଗୋଆରେ ଅନ୍ୟ ବିଭିନ୍ନ କାରଣ ପାଇଁ ମଧ୍ୟ ମଦ ରେଟ୍‌ ସବୁଠାରୁ କମ୍‌ ଥାଏ । ୟୁକେ ଏବଂ ୟୁରୋପିଅନ୍‌ ୟୁନିୟନ ସହ ଗୋଆର ଚୁକ୍ତି ଥିବାରୁ ମଦ ରେଟ୍‌ କମ୍‌ ରହିବା ମଧ୍ୟ ଏକ ବଡ଼ କାରଣ ।

ସ୍ଥାନୀୟ ପ୍ରଶାସନର ଟିକସ କାରଣରୁ ପାଖାପାଖି ବଡ଼ ବଡ଼ ବ୍ରାଣ୍ଡର ମଦ ରେଟ୍ ଦିଲ୍ଲୀ ଓ ମୁମ୍ବାଇରେ ୨୦ ପ୍ରତିଶତ ବ୍ୟବଧାନ ରହିଥାଏ । ଯେମିତିକି ବ୍ଲାକ୍‌ ଲେବୁଲର ଦର, ଦିଲ୍ଲୀରେ ୩୧୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଏହା ୪୦୦୦ ଟଙ୍କାରେ ବିକ୍ରି ହୁଏ । ଏହି ହାଇ ରେଟ୍‌ ପଛରେ ମଦ ସ୍ମଗଲିଂ ମଧ୍ୟ ଏକ ବଡ଼ କାରଣ ।