• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ଲାସରୁମରେ ଟଳି ପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସ୍କୁଲରେ କ୍ଲାସ ଚାଲିଥିବା ବେଳେ ହାର୍ଟ ଆଟାକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁରତରେ । କ୍ଲାସ୍ ଚାଲିଥିବା ବେଳେ ହଠାତ୍ ଅଷ୍ଟମ ଶ୍ରେଣୀର ଜଣେ ୧୨ ବର୍ଷିୟା ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ଦେଖୁ ଦେଖୁ ଛାତ୍ରୀ ଜଣକ ନିଜ ବେଂଚରୁ ଖସି କ୍ଳାସରୁମ୍ ଚଟାଣରେ ପଡ଼ିଯାଇଥିଲେ । ଯାହାର ଭିଜୁଆଲ୍ ସିସିଟିଭିରେ ରେକର୍ଡ ହୋଇଛି ।

ଛାତ୍ରୀ ଜଣଙ୍କୁ ତୁରନ୍ତ ନିକଟସ୍ଥ ହଟପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ହିଁ ସେ ପ୍ରାଣ ହରାଇଥିଲେ । ଛାତ୍ରୀଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଗୁଜରାଟରେ ଯୁବାବସ୍ଥାରେ ଏଭଳି ହୃଦଘାତରେ ମୃତ୍ୟୁ ଘଟିବାରେ ଏହା ସପ୍ତମ ଘଟଣା ।

ଦିନକୁ ଦିନ ଏଭଳି ଘଟଣା ବଢୁଥିବାରୁ ଅଭିଭାବକମାନେ ଏକ ପ୍ରକାର ଭୟଭୀତ ହୋଇପଡ଼ିଛନ୍ତି । ତେବେ କାହିଁକି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସଡନ୍ ହାର୍ଟଆଟାକ୍ ହେଉଛି ସେ ସଂପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ ।