• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବେରୀ ନଦୀ ବିବାଦକୁ ନେଇ କର୍ଣ୍ଣାଟକ ବନ୍ଦ। ନା ଗଡ଼ୁଛି ବସ୍ ନା ଗଡ଼ୁଛି ଲୋକଙ୍କ ଗାଡ଼ି । ପରିସ୍ଥିତି ଏପରି ହୋଇଛି କି ବେଙ୍ଗାଲୁରୁ ବିମାନ ବନ୍ଦରରେ ୪୪ ବିମାନ ଚଳାଚଳ ବି ପ୍ରଭାବିତ ହୋଇଛନ୍ତି । ୨୨ଟି ଯିବାକୁ ଥିବା ବିମାନ, ୨୨ଟି ଆସିବାକୁ ଥିବା ବିମାନର ସମୟରେ ପରିବର୍ତ୍ତନ ହୋଇଛି । ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

ତାମିଲନାଡ଼ୁ ସରକାରଙ୍କ ବିରୋଧରେ ବେଙ୍ଗଲୁର ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବେଙ୍ଗଲୁର ସହରର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । କର୍ଣ୍ଣାଟକ ବସ୍ ଆସୋସିଏଏସଏନ୍, ଘରୋଇ ବସ୍ ମାଲିକ ସଂଘ, ଅନଲାଇନ୍ ଯାନବାହନ ସଂଘ ସମେତ ଛୋଟ ବଡ଼ ୧୯ ଶହରୁ ଅଧିକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି ।

ବେଙ୍ଗଲୁରର ସଚିବାଳୟରୁ ଆରମ୍ଭ କରି ହାଇକୋର୍ଟ, ବିଭିନ୍ନ ପ୍ରମୁଖ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମର୍ଥନକାରୀ ।