/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695964345.jpg)
Asian Games
ଏସୀୟ କ୍ରୀଡ଼ା ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ । ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ମହିଳା ସୁଟର ପଲକ । ସେହିପରି ସମାନ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂ । ପୁରୁଷ ଟେନିସ ଡବଲ୍ସରେ ମଧ୍ୟ ରୌପ୍ୟ ଜିତିଲା ଭାରତ । ସାକେତ୍-ରାମନାଥନ୍ ଯୋଡ଼ି ଜିତିଲେ ରୌପ୍ୟ । ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ ମିଳିଲା । ୩୦ ପଦକ ସହ ଏବେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।
ଗତକାଲି ମଧ୍ୟ ଏସିଆନ୍ ଗେମସ ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା । ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲା ଭାରତ । ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ ପଦକ ଜିତିଛନ୍ତି । ସେହିପରି ଉସୁରେ ଭାରତକୁ ରୌପ୍ୟ ପଦକ ମିଳିଛି । ଉସୁ ୬୦ କେଜି ବିଭାଗରେ ରୋସିବିନା ଦେବୀ ନାଓରେମ ରୌପ୍ୟ ପଦକ ଜିତିଛନ୍ତି ।
ଏହା ପୂର୍ବରୁ ଚତୁର୍ଥ ଦିନରେ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ। ମହିଳା ସୁଟିଂରେ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ସୁଟର ସିପ୍ତ କୌର ସାମ୍ରା । ଏସୀୟ କ୍ରୀଡ଼ା ରେକର୍ଡ ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି । ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)