Advertisment

ହରଦୀପ ନିଜ୍ଜର ହତ୍ୟା ମାମଲା, ପ୍ରମାଣ ଦେବା ପାଇଁ କାନାଡାକୁ ଆହ୍ୱାନ କଲେ ଏସ୍. ଜୟଶଙ୍କର

ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
S Jaishankar

S Jaishankar

କାନାଡା ସହ କୂଟନୈତିକ ବିବାଦକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପ୍ରତିକ୍ରିୟା । ଆମେରିକା ୱାଶିଂଟନରେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଏସ୍‌. ଜୟଶଙ୍କର। କାନାଡାକୁ ଟାର୍ଗେଟ୍ କରି ବିବାଦର କାରଣ କହିଲେ ବୈଦେଶିକ ମନ୍ତ୍ରୀ। 'କାନାଡା ସହ ଭାରତର ବିବାଦ ଗତ କିଛି ବର୍ଷରୁ ଜାରି ରହିଛି । ଦିନକୁ ଦିନ କାନାଡାରେ ଆତଙ୍କବାଦ, ଉଗ୍ରବାଦ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏହାକୁ ନେଇ କାନାଡାର ସହନଶୀଳ ନୀତି ବିବାଦର ମୁଖ୍ୟ କାରଣ ବୋଲି କହିଛନ୍ତି ଏସ୍. ଜୟଶଙ୍କର ।

Advertisment

ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଯଦି କାନାଡା ପାଖରେ ଏନେଇ ପ୍ରମାଣ ଅଛି ତାହାଲେ ସେହି ପ୍ରମାଣ ଆମକୁ ଦେଉ। ପ୍ରମାଣ ଦେଲେ ଆମେ ତଦନ୍ତ ପାଇଁ ପ୍ରସ୍ତୁତ ବୋଲି କାନାଡାକୁ ଆହ୍ୱନ ଦେଇଛନ୍ତି ଏସ୍.ଜୟଶଙ୍କର।

India Prafulla Ghadei Canada
Advertisment
Advertisment