• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଂଘାତିକ ! କମୁଛି ବାଘ ସଂଖ୍ୟା । ଗତ ୯ ମାସରେ ଦେଶରେ ମଲେଣି ୧୪୬ଟି ବାଘ । ବାଘ ମୃତ୍ୟୁ ନେଇ NTCA ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦେଇଛି ଏଭଳି ଉଦବେଗଜନକ ତଥ୍ୟ । ଜାନୁଆରୀରୁ ସେପ୍ଟେମ୍ବର ୨୮ ମଧ୍ୟରେ ୧୪୬ ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ ବାଘଙ୍କ ମୃତ୍ୟୁ ହୋଇଛି ବୋଲି କହିଛି NTCA ।

୨୦୧୨ ପରେ ଦେଶରେ ସବୁଠୁ ଅଧିକ ବାଘଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ୩୪ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩୨ ବାଘଙ୍କ ମୃତ୍ୟୁ ହୋଇଛି । ସେହିଭଳି ୧୪୬ ବାଘଙ୍କ ମଧ୍ୟରୁ ବିଭିନ୍ନ ଅଭୟାରଣ୍ୟରେ ୭୦ ବାଘଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ଦୁର୍ଘଟଣା, ପରସ୍ପର ଲଢ଼େଇ ଓ ଶିକାର କାରଣରୁ ବାଘର ମୃତ୍ୟୁ ହେଉଥିବା ତଥ୍ୟ କହୁଛି । ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।