ହତ୍ୟା ପଛରେ ଭାରତର ହାତ ଥିବା କଥା ଦୋହରାଇଲେ ଟ୍ରୁଡୋ । ନ୍ୟୁୟର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ।
ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।
ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି।
ଏହି ବିଲ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା।
ନିକଟରେ ଏକ ଚ୍ୟାନେଲ୍ରେ ଜଣେ ବ୍ୟକ୍ତିଙ୍କୁ ଡିବେଟ୍ରେ ବସିବାର ସୁଯୋଗ ଦିଆଯାଇଥିଲା । ଯାହାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ଆଗାମୀ ଦିନରେ ଏଭଳି ଭୁଲ ନହେବା ଭଲ ।
କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।
କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।
ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।
ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ ।
କାନାଡା-ଭାରତ ମଧ୍ୟରେ ଲାଗିରହିଥିବା ତିକ୍ତତା ଭିତରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି ।
ଚନ୍ଦ୍ରଯାନ-୩ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତ ବୁଧବାର ଇସ୍ରୋ ’X’ ରେ ଏହି ସମ୍ପର୍କରେ ଅପଡେଟ୍ ଦେଇସାରିଛି
ଅନୁକମ୍ପା ରାଶି ବୃଦ୍ଧି ନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ..ଦୁର୍ଘଟଣା ଓ ଅପ୍ରତ୍ୟାଶିତ ଦୁର୍ଘଟଣା ପାଇଁ ପୃଥକ ପୃଥକ ଅନୁକମ୍ପା ରାଶି
ଲମ୍ବା ବିତର୍କ ପରେ ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍..ଆଜି ବିଲ୍ ଉପରେ ରାଜ୍ୟସଭାରେ ହେବ ଆଲୋଚନା
ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ.. ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି
ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ଭାରତରେ ଖଲ୍ଲିସ୍ତାନୀ କାର୍ଯ୍ୟକଳାପ ରୋକିବାକୁ ବଡ଼ ପଦକ୍ଷେପ..ୱାଣ୍ଟେଡ୍ ଆତଙ୍କୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ଲକ୍ଷ..୨ ଆତଙ୍କୀଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା..
ମହିଳା ସଶକ୍ତୀକରଣକୁ ନେଇ ବିତର୍କ । ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଲୋକସଭାରେ ଆଜି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘାୱଲ୍ ବିଲ୍ ଅବଗତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କ।
SC, ST ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି କଲେ ସୋନିଆ । ଅଳ୍ପସଂଖ୍ୟକଙ୍କ ପାଇଁ ସଂରକ୍ଷଣ ମାଗିଲା ସପା ।
ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା ।
ଲୋକସଭାରେ ଚାଲିଛି ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା। ଏହି ଅବସରରେ ଆସନ୍ତୁ ଜାଣିନେବା, ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଉପରେ। ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ପାଞ୍ଚ ଦିନ ମଧ୍ୟରେ ଦେଶ ଛାଡିବାକୁ କହିଛି।
୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।
ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହେଲା ଦ୍ୱିତୀୟ ଟ୍ରାଏଲ ରନ୍। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ସେମି ହାଇସ୍ପିଡ୍ ଟ୍ରେନ୍ରେ ରହିଛି ୮ଟି କୋଚ୍।
ବିଚ୍ଛିନ୍ନତାବାଦୀ ହରଦୀପ ସିଂ ହତ୍ୟା ମାମଲା..ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ପରେ ନରମିଲେ କାନାଡ଼ା ପିଏମ୍..ବଦଳିଲା କାନାଡ଼ା ପିଏମ୍ ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର..