• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଯୋଧ୍ୟାରେ ଦୀପୋତ୍ସବ । ଏଥର ୨୪ ଲକ୍ଷ ଦୀପରେ ପ୍ରଜ୍ଜ୍ୱଳିତ ହେବ ରାମନଗରୀ । ଦୀପୋତ୍ସବକୁ ଦିବ୍ୟ ଓ ଭବ୍ୟ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏଥର ୨୧ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ପର୍ଯ୍ୟଟନ ବିଭାଗ ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ।

ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ଦେବ ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା । ସବୁଆଡେ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ।

ଗତବର୍ଷ ମଧ୍ୟ ଅଯୋଧ୍ୟାରେ ହୋଇଥିଲା ଦୀପୋତ୍ସବ । ୧୮ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଥିଲା ରାମ ଜନ୍ମଭୂମି । ରଙ୍ଗାରଙ୍ଗ ଆତସବାଜି ଓ ଲେଜର ସୋ’ ସାଙ୍ଗକୁ ପ୍ରଦର୍ଶିତ ହୋଇଥିଲା ରାମଲୀଳା । ସରଜୂ ନଦୀ କୂଳରେ ଆୟୋଜିତ କରାଯାଇଥିବା ବିରାଟ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଗତ ୫ ବର୍ଷ ହେଲା ଏଠାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ରାମଲଲ୍ଲାଙ୍କୁ ପୂଜା ଓ ନୈବେଦ୍ୟ ଅର୍ପଣ କରିଥିଲେ