ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା ।
ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।
ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ ।
ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ଚାଲିଥିବା ବିଧାନସଭା ନିର୍ବାଚନରେ ପ୍ରତି ୫ଜଣ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହତ୍ୟା, ହତ୍ୟା ଉଦ୍ୟମ କିମ୍ବା ଦୁଷ୍କର୍ମ ଅଭିଯୁକ୍ତ । ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡିଛି ।
କାହିଁକି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜନୀତିରେ ଚଢି ଚାଲିଥିଲେ ସଫଳତାର ଶିଡି । ବିରୋଧୀଙ୍କୁ କେମିତି ଦେଉଥିଲେ ମାତ୍ । ଏଇ ବିଶେଷ ଗୁଣ ପାଇଁ ସେ ହୋଇଯାଇଥିଲେ ଅଜାତଶତ୍ରୁ ।
ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।
କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ବିଧାନସଭା ଆସନ । ହେଭିୱେଟ୍ ମାନଙ୍କ ହୋମ୍ ଗ୍ରାଉଣ୍ଡ୍ । ନର୍ଲା, ଏମ୍. ରାମପୁର, କର୍ଲାମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତ ଏବଂ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ରାଜନୀତି କ୍ଷେତ୍ରରେ ବେଶ୍ ଆଗୁଆ ।
ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ।
ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ।
ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍ ୧୯ରେ ଭୋଟ୍ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍ ଗ୍ରହଣ ହେବ।
ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ।
ଜନପ୍ରତିନିଧି ବାଛିବା ପାଇଁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ନିଜ ପ୍ରତିନିଧି ମାଧ୍ୟମରେ ଜନସାଧାରଣ ଶାସନ କରିଥାନ୍ତି।
ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ ।
ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ରଣହୁଙ୍କାର । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଆଲୋଚନା କରି ବର୍ଷିଲେ . .
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟ ମ୍ୟାଜିକ୍ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍ପିପି ୨୫ଟି ଆସନରେ ଆଗୁଆ ରହିଛି।
ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।