• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୋଟ ଦେଉଛି ଛତିଶଗଡ଼ । ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ମତଦାନ କରାଯାଉଛି । ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି ।

ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ । ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।

ଦିନ ୧୧ଟା ସୁଦ୍ଧା ଛତିଶଗଡ଼ରେ ୨୨.୯୭% ମତଦାନ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ କେନ୍ଦ୍ରକୁ ଆସି ମତ ସାବ୍ୟସ୍ତ କରୁଛନ୍ତି ସାଧାରଣ ଜନତା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ସମସ୍ତ ଦିଗକୁ ଦୃଷ୍ଟି ରଖିଛି । 

ଏଥିମଧ୍ୟରେ ୪୦ ହଜାର CAPF ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ନିୟୋଜିତ ହୋଇଛନ୍ତି ।

ଛତିଶଗଡ଼ କଣ୍ଟା ନିର୍ବାଚନ ମଣ୍ଡଳୀର ସୁକମା ମସ୍ତାନପାରାରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୁଥ୍‌ରେ ପୋଲିସ ମୁତୟନ ହୋଇଥିବାବେଳେ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରିଛି ପ୍ରାଶାସନ ।

ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇଛନ୍ତି । ପ୍ରଥମ ଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରୁଛନ୍ତି ।

ସେପଟେ ମିଜୋରାମରେ ମଧ୍ୟ ମତସାବ୍ୟସ୍ତ କରୁଛନ୍ତି ଜନତା । କଡ଼ା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରକୁ ଆସି ଲୋକେ ଭୋଟ୍‌ ଦେଉଛନ୍ତି । 

  • Reported by:
  • JITENDRA BEURA