• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଅନୁପମା' ସିରିଏଲର ତାରକା ରୁପାଲି ଗାଙ୍ଗୁଲି ଏବଂ ଗୌରବ ଖାନ୍ନାଙ୍କ ଏକ ଚମତ୍କାର ଭିଡିଓ ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ସେମାନେ ‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି । ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମୋଦି ସ୍ୱଦେଶୀ ଜିନିଷକୁ ବିଶ୍ୱରେ ପରିଚୟ ଦେବା ପାଇଁ ଏକ ନିଆରା ଅଭିଯାନ ଆରମ୍ଭ କରିଥିଲେ । ଯାହାର ନାମ ରଖିଥିଲେ ‘ଭୋକାଲ ଫର୍‌ ଲୋକାଲ’ ।

ମନ କି ବାତ୍‌ କାର୍ଯ୍ୟକ୍ରମରେ ଏନେଇ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ମୋଦି ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରୁପାଲି ଗାଙ୍ଗୁଲି ଯେ କି ଅନୁପମା ରୋଲ୍‌ରେ ଅଭିନୟ କରୁଛନ୍ତି । ସେ ‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ଦେଶବାସୀଙ୍କୁ ଟିଭି ସିରିୟଲ ଜରିଆରେ ବାର୍ତ୍ତା ଦେଉଛନ୍ତି । ଦୀପାବଳୀରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

ମୋଦି ନିଜର ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଦେଶବାସୀଙ୍କ ପକ୍ଷରୁ ‘ଭୋକାଲ ଫର୍‌ ଲୋକାଲ’ ଅଭିଯାନକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି । ଲୋକମାନେ ଭୋକାଲ ଜିନିଷ କିଣି ଏହି ଅଭିଯାନକୁ ସମର୍ଥନ କରୁଛନ୍ତି । ଭିଡିଓ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି ଉତ୍ସବ ମାନଙ୍କରେ ପ୍ରାଥମିକତା ଭୋକାଲ ଫର୍‌ ଲୋକାଲ ହେବା ଉଚିତ । ଯାହା ଦ୍ୱାରା ଆମେ ଏହି ଅଭିଯାନକୁ ଆଗକୁ ନେଇପାରିବା ।

 

ମୋଦି ଆହୁରି କହିଛନ୍ତି ଯେ, ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଲୋକଙ୍କ ଫଟୋ ସେୟାର କରିବେ । ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫଲ୍ ଲୋକାଲ୍ ଅଭିଯାନରେ ଯୋଗ ଦେଇ ଏହି ଅଭିଯାନକୁ ପ୍ରୋତ୍ସାହିତ କରିପାରିବେ । ଭିଡିଓ ଶେଷରେ ଅନୁପମା ସିରିଏଲ୍ ଏବଂ ଷ୍ଟାର୍ ପ୍ଲସ୍ ଚ୍ୟାନେଲକୁ ଭୋକାଲ୍ ଫଲ୍ ଲୋକାଲ୍ ଅଭିଯାନକୁ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସମସ୍ତେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ସ୍ୱଦେଶୀ ଜିନିଯ କିଣନ୍ତୁ ଓ ସେମାନଙ୍କ ସହ ସେଲଫି ଉଠାଇ ‘NaMo’ ଆପ୍‌ରେ ସେୟାର କରନ୍ତୁ ।

ଲୋକମାନେ ଏହି ଭିଡିଓକୁ ମଧ୍ୟ ପସନ୍ଦ କରୁଛନ୍ତି କାରଣ ଏହି ଆବେଦନ ପାଇଁ ମୋଦି ଟିଭିର ସବୁଠାରୁ ପ୍ରିୟ ସିରିଏଲର ସାହାଯ୍ୟ ନେଇଛନ୍ତି । ଅନୁପମାଙ୍କ ଷ୍ଟାର କାଷ୍ଟ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।