• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେବ ମତଦାନ । ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି । ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି ।

ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇଛନ୍ତି । ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ । ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏଥିମଧ୍ୟରେ ୪୦ ହଜାର CAPF ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ନକ୍ସଲମାନେ ହିଂସାକାଣ୍ତ ଘଟାଇଛନ୍ତି । ନକ୍ସଲ ଆକ୍ରମଣରେ ଜଣେ ବିଏସଏଫ ଯବାନ ଓ ଦୁଇ ଜଣ ନିର୍ବାଚନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ନକ୍ସଲମାନେ ଆଇଇଡି ମାଧ୍ୟମରେ ବିସ୍ଫୋରଣ ଘଟାଇଛନ୍ତି । ଆହତ ଯବାନ ଜଣକ ହେଲେ ପ୍ରକାଶ ଚନ୍ଦ୍ର ।

ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଅନ୍ୟ ଦୁଇ ନିର୍ବାଚନ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଥିବା ବେଳେ ଅବଶିଷ୍ଟ ଆସନ ପାଇଁ ଆସନ୍ତା ୧୭ ରେ ମତଦାନ ହେବ । ଅନ୍ୟପଟେ ମିଜୋରାମରେ ମଧ୍ୟ ଆଜି ମତଦାନ । ମୋଟ ୪୦ ଆସନ ପାଇଁ ହେଉଛି ଭୋଟିଂ । ୮ ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ ।

ମୈଦାନରେ ଅଛନ୍ତି ବିଭିନ୍ନ ରାଜନୈତିକ ଦଳରୁ ୧୭୪ ପ୍ରାର୍ଥୀ । ୧୨୭୬ ପୋଲିଂ ବୁଥ କରାଯାଇଛି । ସେଥିରୁ ୩୦ଟି ବୁଥ୍ ଅତି 
ସମ୍ବେଦନଶୀଳ ରହିଛି । ପ୍ରାୟ ୫ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୫୦ କମ୍ପାନୀ CAPF ମୁତୟନ ହୋଇଛନ୍ତି ।