• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି ଇସ୍ରାଏଲ-ହମାସ ଯୁଦ୍ଧ । ୭୫ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଇତ୍ସାଏଲ୍‌ରେ ବହିଲା ରକ୍ତର ନଦୀ । ରାତାରାତି ଗାଜା ବର୍ଡର୍‌ରେ ପଶିଗଲେ ହମାସ ଆତଙ୍କୀ । କେଇ ମିନିଟ ମଧ୍ୟରେ ବୁହାଇଦେଲେ ରକ୍ତର ନଦୀ । ହମାସ ଏହି ଆକ୍ରମଣକୁ 'ଅପରେସନ୍ ଅଲ-ଅକସା ଫ୍ଲଡ୍‌' ବୋଲି କହିଛି । ଏହି ଆକ୍ରମଣ ପଛରେ ରହିଛି ଜେରୁସେଲମ୍‌ରେ ଥିବା ମସଜିଦ । ଏହାକୁ ଇସଲାମ୍‌ ଧର୍ମର ତୃତୀୟ ପବିତ୍ର ସ୍ଥଳ ବୋଲି କୁହାଯାଏ । ୨୦୨୨ରେ ଏହି ମସଜିଦ ଜଗୁଥିବା ପୋଲିସ ଆକ୍ରମଣର ଏହା ପ୍ରତିଶୋଧ ବୋଲି କହିଛି ହମାସ ।

ଜେରୁସେଲମ୍‌ର ମସଜିଦ ସହିତ ଜଡ଼ିତ ରହିଛି ଭାରତୀୟ ସୈନ୍ୟଙ୍କ ଇତିହାସ । ଜେରୁସେଲମ୍‌କୁ ସ୍ୱାଧିନତା ଦେବା ପାଇଁ ଇଂରେଜ୍‌ଙ୍କ ସହ ମିଶି ଯୁଦ୍ଧ ଲଢ଼ିଥିଲେ ଭାରତୀୟ ସୈନ୍ୟ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶଙ୍କୁ ଓଟୋମାନ୍‌ ସାମ୍ରାଜ୍ୟ ବିରୁଦ୍ଧରେ ଲଢିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ସୈନ୍ୟ । ଭାରତଠାରୁ ୪ ହଜାର କିଲୋମିଟର ଦୂରରେ ରହିଛି ଏହି ମସଜିଦ୍‌ । ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଏକ ସମାଧି ମଧ୍ୟ ସେଠାରେ ରହିଛି । ଏହି ଯୁଦ୍ଧରେ ପଞ୍ଜାବୀ, ଶିଖ୍‌, ଗୁରଖା ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ସୈନ୍ୟ ଅଂଶଗ୍ରହଣ କରିଥିଲେ ।

ଦୁଇ ବର୍ଷ ତଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଉତ୍ତର ଇସ୍ରାଏଲର ରାଣାନାରେ ଏକ ଫଳକ ଉନ୍ମୋଚନ କରିଥିଲେ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି । ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା । ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା କରୁଛି ଇସ୍ରାଏଲ । ଗାଜାରେ ଥିବା ବିଭିନ୍ନ ଟନେଲ ଭିତରେ ପଶି ଇସ୍ରାଏଲ ସେନା ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ୍ କରୁଛି ।