Advertisment

ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ-ମୁମ୍ବାଇ-କୋଲକାତା

ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।

author-image
Kausik Mohapatra
ଅଦ୍ୟତନ ହୋଇଛି
Air Pollution

Air Pollution

ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ଏଣେ ଖାଲି ପବନ ନୁହେଁ, ଯମୁନା ନଦୀର ଜଳରେ ଭାସୁଛି ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ । ବିଷ ବଳୟ ଭିତରେ ଥିବା ରାଜଧାନୀ ଦିଲ୍ଲୀର ଦୁଃଖ କଥା ଏବେ କହିଲେ ନସରେ।

Advertisment

ଏବେ ଦିଲ୍ଲୀର ସ୍ଥିତିକୁ ଦେଖିଲେ ଆପଣଙ୍କର ମନେ ପଡ଼ିଯିବ ସେହି ୯୦ ଦଶକର ଏହି ଧୂମପାନ ନିରୋଧୀ ବିଜ୍ଞାପନର ପ୍ରଥମ କେଇ ପଂକ୍ତି। ଏ ସହରକୁ ଇଏ ହେଲା କଣ, ଚାରିଆଡ଼େ ଖାଲି ଧୂଆଁ ଧୂଆଁ। ସକାଳ, ମଧ୍ୟାହ୍ନ ଓ ଅପରାହ୍ଣ ଯେତେବେଳେ ଯୁଆଡ଼େ ଦେଖିବେ ଖାଲି କୁହୁଡ଼ି ଆଉ କୁହୁଡ଼ି। କିଏ କହୁଛି ବିଷ ବଳୟରେ ଦିଲ୍ଲୀ, ତ ଆଉ କିଏ କହୁଛି ଗ୍ୟାସ୍ ଚ୍ୟାମ୍ବରରେ ଦିଲ୍ଲୀ। ଦିଲ୍ଲୀରେ ଏବେ AQI ବା ବାୟୁର ମାନ ସୂଚକାଙ୍କ ୫ଶହ ପାଖପାଖି ରହୁଥିବା ରହୁଛି। ବିଶେଷଜ୍ଞଙ୍କ ମତରେ ଏଭଳି ପ୍ରଦୂଷିତ ବାୟୁରେ ନିଃଶ୍ୱାସ ପ୍ରଶ୍ୱାସ ନେବା ଦିନକୁ ୨୫ରୁ ୩୦ଟି ସିଗାରେଟ୍ ଟାଣିବା ସହ ସମାନ।

ପ୍ରଦୂଷଣ ବଢ଼ିବା ପରେ ଦିଲ୍ଲୀକୁ ଆସନ୍ତା ସପ୍ତାହରୁ ପୁଣି ଫେରୁଛି ଅଡ୍-ଇଭିନ୍ ଫର୍ମୁଲା ବା ଯୁଗ୍ମ-ଅଯୁଗ୍ମ ନିୟମ। ନଭେମ୍ବର ୧୩ରୁ ନଭେମ୍ବର ୨୦ ଯାଏଁ ଯାନବାହନ ଚଳାଚଳ ଉପରେ ଏହି କଟକଣା ଲାଗୁ ହେବ। ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ପ୍ଲେଟ୍ ଥିବା ଗାଡ଼ି ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡ଼ିକୁ ଚାଲିବାକୁ ଅନୁମତି ମିଳିବ। ଦଶମ ଓ ଦ୍ୱାଦଶ ବ୍ୟତୀତ ସମସ୍ତ କ୍ଲାସର ପାଠପଢ଼ା ନଭେମ୍ବର ୧୦ ଯାଏଁ ବନ୍ଦ ରହିବ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏବେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ, ବାଣ ଫୁଟା ଓ ଡିଜେଲ୍ ଟ୍ରକ୍ ଏବଂ ବିଏସ୍-ଥ୍ରୀ ଓ ବିଏସ୍-ଫୋର୍ ଡିଜେଲ୍ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଯାଇଛି । ନଭେମ୍ବର ୨୦ରେ ପୁଣି ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Advertisment

ପବନ ପରେ ଏବେ ଜଳର ସ୍ଥିତି କହୁଛି କିଛି ଅଲଗା। ଯମୁନା ନଈରେ ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ ଭାସୁଛି। ତେବେ ଯମୁନା ପ୍ରଦୂଷଣ ଅପେକ୍ଷା ଏବେ ବାୟୁ ପ୍ରଦୂଷଣ ଲୋକଙ୍କୁ ଅଧିକ ଅସୁସ୍ଥ କରୁଛି । ଅଚାନକ ଶ୍ୱାସ କଷ୍ଟ ଭୋଗୁଥିବା ରୋଗୀଙ୍କ ସଂଖ୍ୟା ୧୫ରୁ ୨୦ ପ୍ରତିଶତ ବଢ଼ିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। କହିଛନ୍ତି, କେବଳ ବ୍ରୋଙ୍କାଇଟିସ୍ କି ହୃଦରୋଗୀ ନୁହଁନ୍ତି, ପୂର୍ବରୁ କୌଣସି ରୋଗ ନଥିବା ଲୋକଙ୍କୁ ମଧ୍ୟ ଏବେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଛି। କାହାର ଆଖି ପୋଡ଼ି ପାଣି ବହୁଛି, ତ ଆଉ କିଏ ଶ୍ୱାସ କଷ୍ଟ ଭୋଗୁଛି। ଏଭଳି ସ୍ଥିତିରେ ବୟସ୍କ, ଶିଶୁ, ମହିଳା, କୋ-ମର୍ବିଡିଟି, ଲୋ-ଇମ୍ୟୁନିଟି, ଶ୍ୱାସ ଓ ହୃଦ୍ ସମସ୍ୟା ଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯଥାସମ୍ଭବ ଘରେ ରୁହନ୍ତୁ। ବାହାରକୁ ଯିବାର ଥିଲେ ମାସ୍କ ପିନ୍ଧନ୍ତୁ।

କେବଳ ଦିଲ୍ଲୀ ନୁହେଁ, ମାୟାନଗରୀ ମୁମ୍ବାଇ ବି ଭୀଷଣ ବାୟୁ ପ୍ରଦୂଷଣ କବଳରେ। ଉଦବେଗର ବିଷୟ ଯେ, 'ଦିଲ୍ଲୀ, ମୁମ୍ବାଇ ଓ କୋଲକାତା' ଭାରତର ଏହି ୩ ମହାନଗରୀ କିଛି ଦିନ ହେବ ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ତାଲିକାରେ ରହିଛି।

Mumbai Delhi Air Pollution Kolkata
Advertisment
Advertisment