/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699535423.jpg)
Reservations Bill
ବିହାରରେ ବଢିବ ପାଠପଢ଼ା ଓ ଚାକିରି ସଂରକ୍ଷଣ ସୀମା । ଏହା ୬୫ ପ୍ରତିଶତକୁ ବୃଦ୍ଧି ପାଇବ । ଏ ସଂପର୍କିତ ଏକ ବିଲ୍ ବିହାର ବିଧାନସଭାରେ ପାସ୍ ହୋଇଛି । ଆଜି ସର୍ବସମ୍ମତି କ୍ରମେ ଏହି ବିଲ୍ ଆଜି ବିହାର ବିଧାନସଭାରେ ପାସ୍ ହୋଇଛି । ୧୯୯୨ ମସିହାରେ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରେ ସୀମିତ ରଖିଥିଲେ । ସମସ୍ତ ପ୍ରକାର ସଂରକ୍ଷଣ ମିଶାଇଲେ ମଧ୍ୟ ତାହା ୫୦ ପ୍ରତିଶତ ଡେଇଁବା ଉଚିତ ନୁହେଁ ବୋଲି କହିଥିଲେ । ଏବେ ବିହାର ବିଧାନସଭା ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ପରେ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ହେବକି ବୋଲି ପ୍ରଶ୍ନ ଉଠିଛି ।
ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଦିଆଯାଇଥିବା ୧୦ ପ୍ରତିଶତ ସଂରକ୍ଷଣକୁ ନୂଆ ବିଲ୍ରେ ସାମିଲ କରାଯାଇ ନାହିଁ । ଏହାର ଅର୍ଥ ଏହାକୁ ମିଶାଇଲେ ପୁରା ସଂରକ୍ଷଣ ୭୫ ପ୍ରତିଶତ ହେବ ।
ବିହାର ସରକାରଙ୍କ ଅନୁସାରେ ଜାତିଗତ ଲୋକସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି । କିିଛି ଦିନ ତଳେ ପ୍ରକାଶିତ ଜାତିଗତ ଜନଗଣନା ଅନୁସାରେ ବିହାରର ୧୩ କୋଟି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩୬ ପ୍ରତିଶତ ହେଉଛି ଆର୍ଥିକ ଦୁର୍ବଳ ବର୍ଗର, ୨୭ ଦଶମିକ ୧ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ୧୯ ଦଶମିକ ୭ ପ୍ରତିଶତ ଏସସି ଓ ଏସଟି ହେଉଛନ୍ତି ୧ ଦଶମିକ ୭ ପ୍ରତିଶତ । ସାଧାରଣ ବର୍ଗ ହେଉଛନ୍ତି ୧୫ ଦଶମିକ ୫ ପ୍ରତିଶତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)