• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଭାରତ ପାଇଁ ଐତିହାସିକ ଦିନ । ସୂର୍ଯ୍ୟମିଶନ ସଫଳତାର ଚୂଡ଼ାନ୍ତ ପର୍ଯ୍ୟାୟ । ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1 ନିକଟରେ ପହଞ୍ଚିବ । ସେଠାରେ L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଆଜି ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ ଇସ୍ରୋ ।

ଅପରାହ୍ଣ ପ୍ରାୟ ୪ ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ । ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ । କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିବାର ଅଭିଜ୍ଞତା ଅଛି । ହେଲେ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ L1 ଚାରିପଟେ ବୁଲିବା ପାଇଁ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିଛି ।

L1 ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ L1 ପରିକ୍ରମା କରି ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ । ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ L1 ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି ।