• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହାଯାଏ ଘରର ଲକ୍ଷ୍ମୀ ହେଉଛି ଝିଅ । ଆଉ ସେହି ଝିଅଟିଏ ପାଇଁ ସବୁ ବାପା ମା’ଙ୍କ କିଛି ନା କିଛି ଚିନ୍ତା ରହିଥାଏ । ଯେପରିକି ଝିଅଟିର ଉଜ୍ଜ୍ୱଳ ଭବିଷ୍ୟତ କିପରି ଗଢ଼ି ହେବ । ତା’ସହ ଝିଅର ପାଠପଢ଼ା ଓ ବିବାହକୁ ନେଇ ଚିନ୍ତାରେ ରହିଥା’ନ୍ତି ଅଭିଭାବକ । ଆଉ ଏଥିପାଇଁ ବିଭିନ୍ନ ଯୋଜନାରେ କୁନି ଝିଅଟି ନାଁରେ ଟଙ୍କା ସଞ୍ଚୟ ମଧ୍ୟ କରିଥା’ନ୍ତି । ହେଲେ ଆଜି ଆମେ ଏମିତି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବେଶ୍‌ ଲାଭ ଦେବ । ଆଳ୍ପ ଦିନରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ଆସନ୍ତୁ ଜାଣିବା...

ଯଦି ଆପଣଙ୍କର ଭଲ ରୋଜଗାର ରହିଛି ତେବେ ଏହି ଯୋଜନା ଆପଣଙ୍କୁ ବେଶ୍‌ ଫାଇଦା ଦେବ । ମାତ୍ର ୭ ବର୍ଷର ନିବେଶରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ଝିଅ ବିବାହ ପାଇଁ ଆପଣ ମାସିକ କିଛି ମୋଟା ଅଙ୍କର ଅର୍ଥ ରଖି ୭ ବର୍ଷ ପରେ ୫୨ ଲକ୍ଷ ୮୦ ହଜାର ଟଙ୍କା ଉଠାଇପାରିବେ ।

ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ କୌଣସି ମ୍ୟୁଚୁଆଲ ଫଣ୍ଡ ସ୍କିମ୍‌ରେ ସାମିଲ୍‌ ହେବାକୁ ହେବ । ମ୍ୟୁଚୁଆଲ ଫଣ୍ଡର ସ୍କିମ୍‌ ଅନୁଯାୟୀ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଆପଣଙ୍କୁ ସଞ୍ଚୟ କରିବାକୁ ପଡ଼ିବ । ପରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ । ଏଥି ପାଇଁ ଆପଣଙ୍କୁ ମାସିକ ୪୦ ହଜାର ଟଙ୍କା ସଞ୍ଚୟ କରିବେ । ଆଉ ଏହି ନିବେଶ ଆପଣ ୭ ବର୍ଷ ଯାଏ କରିବେ । ନିବେଶ କରିବା ଦ୍ୱାରା ଆପଣଙ୍କୁ ପ୍ରାୟ ୧୨ ପ୍ରତିଶତ ସୁଧ ମିଳିବ ।

ମାସକୁ ୪୦ ହଜାର ଟଙ୍କା ଲେଖାଏଁ ୭ ବର୍ଷ ଯାଏଁ ନିବେଶ କରିବା ପରେ ଆପଣ ୫୨ ଲକ୍ଷ ୮୦ ହଜାର ଟଙ୍କା ପାଇପାରିବେ । ଯଦି ଆପଣଙ୍କର ଭଲ ରୋଜଗାର ରହିଛି ତେବେ ଏଥିରେ ଆପଣ ନିବେଶ କରି ଫାଇଦା ଉଠାଇପାରିବେ ।