• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଛାଡପତ୍ର ପରେ ରକ୍ଷଣାବେକ୍ଷଣ ସହ ଜଡିତ ଏକ ମାମଲାରେ କୋର୍ଟ ରାୟ ପ୍ରଦାନ କରୁଥିବାବେଳେ କହିଛନ୍ତି, କୌଣସି ଛାଡପତ୍ର ପାଇଥିବା ମୁସଲମାନ ମହିଳା ତାଙ୍କ ପୂର୍ବ ସ୍ୱାମୀଙ୍କଠାରୁ ବିନା କୌଣସି ସର୍ତ୍ତରେ ରକ୍ଷଣାବେକ୍ଷଣ ପାଇବାକୁ ହକଦାର । ଅନ୍ୟ ଜାଗାରେ ବିବାହ କରିଥିଲେ ବି ସେ ଭରଣପୋଷଣ ପାଇବାର ହକ୍‌ଦାର ।

ବମ୍ବେ ହାଇକୋର୍ଟର ଜଷ୍ଟିସ ରାଜେଶ ପାଟିଲ ଏହି ମାମଲାରେ ଜାନୁଆରୀ ୨ ରେ ଦେଇଥିବା ରାୟରେ କହିଛନ୍ତି ଯେ 'ମୁସଲିମ ମହିଳା ଅଧିନିୟମ- ୧୯୮୬ (MWPA) ଅନୁଯାୟୀ ଜଣେ ଛାଡପତ୍ର ପାଇଥିବା ମହିଳା ନିଜର ଭରଣପୋଷଣ ପାଇଁ ପୂର୍ବ ସ୍ୱାମୀଠାରୁ ଟଙ୍କା ନେବା ପାଇଁ ହକ୍‌ଦାର । ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।

ଆବେଦନ ଖାରଜ କଲେ ହାଇକୋର୍ଟ

ଜଷ୍ଟିସ ପାଟିଲ ଯେଉଁ ମାମଲାର ଶୁଣାଣୀ କରୁଥିଲେ ସେଥିରେ ଏଭଳି ରାୟ ଦେବା ସହ ଆବେଦନକାରୀଙ୍କ ଆବେଦନକୁ ଖାରିଜ କରିଛନ୍ତି । ଏମିତିକି ଆବେଦନକାରୀଙ୍କ ପୂର୍ବରୁ ଦୁଇଟି ମାମଲାକୁ ମଧ୍ୟ ଖାରିଜ କରିଛନ୍ତି । ପୂର୍ବରୁ ଦୁଇ ଜଣଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ଭରଣପୋଷଣ ନଦେବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଆବେଦନକାରୀ । ଯାହାକୁ ହାଇକୋର୍ଟ ଖାରିଜ କରିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଧାରା ୩ (୧) (କ) ଅନୁଯାୟୀ ସ୍ୱାମୀ ରକ୍ଷଣାବେକ୍ଷଣ ଦେବା ପାଇଁ ପତ୍ନୀ ଏବଂ ସ୍ୱାମୀଙ୍କ ମଧ୍ୟରେ ଛାଡପତ୍ର ଯଥେଷ୍ଟ ।

OTV is now on Whatsapp

Join and get latest news update delivered to you via whatsapp

Join Now